ଉଦୟଗିରି ପାଦଦେଶରେ ୯୪ତମ ଐତିହ୍ୟ ପଦଯାତ୍ରା ବିଦେଶୀ ପର୍ଯ୍ୟଟକଙ୍କ ମନଜିଣିଲା ଗୁମ୍ଫା କାହାଣୀ

ଭୁବନେଶ୍ୱର, ୧ା୧୨ (ବ୍ୟୁରୋ)
ଐତିହ୍ୟ କ୍ଷେତ୍ରରେ ପଦଯାତ୍ରା ସହ କାହାଣୀର ଫ୍ୟୁଜନ୍‌। ଐତିହ୍ୟ କିର୍ତ୍ତିରାଜିର ସଂରକ୍ଷଣ ସହ ତାର ପୁରୁଣା ଇତିହାସକୁ ଲୋକଲୋଚନକୁ ଆଣିବାର ଏହି ପ୍ରୟାସ ବହୁତ ଭଲ ବୋଲି ଖଣ୍ଡଗିରି ଉଦୟଗିରି ପାଦଦେଶରେ ୯୪ତମ ଐତିହ୍ୟ ପଦଯାତ୍ରାରେ ଯୋଗ ଦେଇଥିବା ପର୍ଯ୍ୟଟକମାନେ ପ୍ରକାଶ କରିଛନ୍ତି। ଶନିବାର ସକାଳେ ଆୟୋଜିତ ଏହି ପଦଯାତ୍ରାରେ କିଛି ଆଗ୍ରହୀ ବିଦେଶୀ ଯାତ୍ରୀ, ଐତିହ୍ୟ ଆଗ୍ରହୀ, ଫୋଟୋଗ୍ରାଫର, ଏଚ୍‌ଆର ପ୍ରଫେଶନାଲ, ପରିବେଶବିତ୍‌, ଶିକ୍ଷକ ଓ ଶିକ୍ଷାର୍ଥୀଙ୍କର ଏକ ଗ୍ରୁପ୍‌ ଯୋଗଦେଇଥିଲେ। ଏହି ଅବସରରେ ସେମାନେ ଖଣ୍ଡଗିରି ଉଦୟଗିରି ପାହାଡ଼ରେ ଥିବା ବିଭିନ୍ନ ଗୁମ୍ଫା ବୁଲିବା ସହ ଉକ୍ତ ଗୁମ୍ଫା ସହ ଜଡ଼ିତ ଥିବା କାହାଣୀଗୁଡ଼ିକ ଶୁଣିବାକୁ ପାଇଥିଲେ। ପ୍ରଥମେ ଖଣ୍ଡଗିରି ପାହାଡ଼ରୁ ପ୍ରଥମେ ସେମାନେ ପଦଯାତ୍ରା ଆରମ୍ଭ କରିଥିବାବେଳେ ଉଦୟଗିରିରେ ଯାତ୍ରା ଶେଷ କରିଥିଲେ। ଉକ୍ତ ପଦଯାତ୍ରାରେ ପାଖାପାଖି ୨୫ଜଣ ପର୍ଯ୍ୟଟକ ଉପସ୍ଥିତ ଥିଲେ। ବିଏମ୍‌ସି, ବିଡିଏ ଓ ସ୍ମାର୍ଟସିଟି ଦ୍ୱାରା ନିଆଯାଇଥିବା ଏହି କାର୍ଯ୍ୟକ୍ରମକୁ ସେମାନେ ପ୍ରଶଂସା କରିବା ସହ ଆଗକୁ ଜାରି ରହିବା ଆବଶ୍ୟକ ବୋଲି କହିଥିଲେ।

Share