ଲକ୍ଷ୍ନୌ,୫।୧୨: ଉତ୍ତର ପ୍ରଦେଶର ଉନ୍ନାଓରେ ହାଇଦ୍ରାବାଦ ଗଣବଳାତ୍କାର ଘଟଣାର ପୁରନରାବୃତ୍ତି ହୋଇଛି। ଏଠାରେ ଜଣେ ବଳାତ୍କାର ପୀଡିତା ଯୁବତୀଙ୍କୁ ଜଳାଇବାକୁ ଉଦ୍ୟମ କରାଯାଇଛି। ଅଭିଯୁକ୍ତ ୫ ଜଣ ଯୁବତୀଙ୍କୁ ଏକ କ୍ଷେତରେ ପେଟ୍ରୋଲ ଢାଳି ନିଅଁା ଲଗାଇ ଦେବାକୁ ଚେଷ୍ଟା କରୁଥିବା ବେଳେ ଧରା ପଡିଛନ୍ତି। ଏମାନଙ୍କ ମଧ୍ୟରୁ ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ୨ ଫେରାର ଅଛନ୍ତି। ତେବେ ଯୁବତୀଙ୍କ ଶରୀରର ୯୦ ଭାଗ ପୋଡି ଯାଇଥିବା ସୂଚନା ମିଳିଛି। ଗୁରୁତର ହେବାରୁ ତାଙ୍କୁ ଲକ୍ଷ୍ନୌ ଟ୍ରମା ସେଣ୍ଟରକୁ ପଠାଇ ଦିଆଯାଇଥିବା ପୋଲିସ କହିଛି। ସୂଚନାଯୋଗ୍ୟ, ଚଳିତବର୍ଷ ମାର୍ଚ୍ଚରେ ଯୁବତୀଙ୍କୁ ବଳାତ୍କାର କରାଯାଇଥିଲା। ଏବେ ତାଙ୍କୁ ଜଳାଇବା ଘଟଣାରେ ପୂର୍ବରୁ ବଳାତ୍କାର ଘଟଣାରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତ ମଧ୍ୟ ସାମିଲ ଅଛନ୍ତି।