Categories: ଜାତୀୟ

ଉନ୍ନାଓରେ ୧୧ମାସରେ ୯୦ ବଳାତ୍କାର ଘଟଣା: ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ, ୭।୧୨: ଉନ୍ନାଓ ବଳାତ୍କାର ଘଟଣାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଗତ ୧୧ ମାସ ମଧ୍ୟରେ ଉନ୍ନାଓରେ ୯୦ ବଳାତ୍କାର ଘଟଣା ଘଟିଥିବା ସେ ଅଭିଯୋଗ କରିଛନ୍ତି। ଅପରାଧୀଙ୍କର ଆଇନ ବ୍ୟବସ୍ଥା ପ୍ରତି ଭୟ ନାହିଁ। ତେଣୁ ସେମାନେ ଜାମିନ୍‌ରେ ଆସି ଗୁରୁବାର ପୀଡ଼ିତାଙ୍କୁ ନିଆଁରେ ଜଳାଇବା ଭଳି ଘୃଣ୍ୟ ଅପରାଧ କରିଛନ୍ତି। ରାଜ୍ୟରେ ଶାସନ ବ୍ୟବସ୍ଥା ଭୁଷୁଡ଼ି ପଡ଼ିଥିବା ପ୍ରିୟଙ୍କା କହିଛନ୍ତି। ରାଜ୍ୟ ସରକାର ଅପରାଧ ନିୟନ୍ତ୍ରଣ କରିବାରେ ଅସମର୍ଥ ରହିଥିବା ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି।

Share