Categories: ଜାତୀୟ

ଉନ୍ନାଓରେ ୩ ବର୍ଷର ଶିଶୁକୁ ବଳାତ୍କାର

ଉନ୍ନାଓ,୯ା୧୨(ଆଇଏଏନ୍‌ଏସ୍‌): ଉନ୍ନାଓ ଗଣବଳାତ୍କାର ପୀଡ଼ିତାଙ୍କୁ ପୋଡି ମାରିଦେବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏବେ ପୁଣି ସେହି ଜିଲାରେ ଜଣେ ୩ ବର୍ଷର ଶିଶୁକୁ ତାଙ୍କ ପଡୋଶୀ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଅଭିଯୁକ୍ତ ଜଣକ ଶିଶୁଟିକୁ ପାଖ ଜମିକୁ ନେଇଯାଇ ବଳାତ୍କାର କରିଥିଲେ। ଶିଶୁର ଦାଦା ଘଟଣାସ୍ଥଳରେ ପହଞ୍ଚତ୍ ଝିଅକୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ମାଡ଼ ମାରିଥିଲେ। ପରେ ସ୍ଥାନୀୟ ଲୋକେ ପୋଲିସକୁ ଜଣାଇବାରୁ ଅଭିଯୁକ୍ତଙ୍କ ବିରୋଧରେ ବଳାତ୍କାର ଓ ପୋକ୍ସୋ ଆଇନରେ ମାମଲା ରୁଜୁ ହୋଇଛି।
ଉତ୍ତରପ୍ରଦେଶ ପୋଲିସ ତଥ୍ୟ ଅନୁଯାୟୀ ଉନ୍ନାଓ ଜିଲାରେ ଗତ ୧୧ ମାସ ମଧ୍ୟରେ ୫୧ ବଳାତ୍କାର ମାମଲା ପଞ୍ଜୀକୃତ ହୋଇଛି। ଏହାବ୍ୟତୀତ ଜାନୁୟାରୀରୁ ନଭେମ୍ବର ମଧ୍ୟରେ ୧୮୫ଟି ଅସଦାଚରଣ ଓ ବଳାତ୍କାର ଉଦ୍ୟମ ମାମଲା ରୁଜୁ ହୋଇଥିବା ପୋଲିସ କହିଛି। ଜିଲାରେ ୨ ବର୍ଷରେ ୨୪ ଶିଶୁ ବଳାତ୍କାରର ଶିକାର ହୋଇଥିବା ପୋଲିସ ଅଧିକାରୀ ରେଣୁ ଯାଦବ କହିଛନ୍ତି।

Share