Categories: ଜାତୀୟ

ଉନ୍ନାଓ ଘଟଣାରେ ମର୍ମାହତ ମହିଳା ନିଜ ଝିଅ ଉପରେ ଢାଳିଲେ ପେଟ୍ରୋଲ: ଅବସ୍ଥା ଗୁରୁତର

ନୂଆଦିଲ୍ଲୀ,୭।୧୨: ଉନ୍ନାଓ ଗଣବଳାତ୍କାର ଓ ହତ୍ୟା ଘଟଣାକୁ ବିରୋଧ କରୁଥିବା ଜଣେ ମହିଳା ସଫ୍‌ଦରଜଙ୍ଗ ହସ୍ପିଟାଲ ସାମ୍ନାରେ ନିଜ ୬ ବର୍ଷର ଝିଅ ଉପରେ ପେଟ୍ରୋଲ ଢାଳି ଦେଇଛନ୍ତି। ଏମିତି ବିରୋଧ ମହିଳା ଜନତାଙ୍କ ଉଦ୍ଦେଶ୍ୟରେ କରୁଥିଲେ ସତ ହେଲେ ଏଥିରେ ତାଙ୍କ ଝିଅ ଗୁରୁତର ହୋଇପଡିଥିବା ଜଣାପଡିଛି। ଏବେ ତାଙ୍କର ହସ୍ପିଟାଲର ଏମରଜେନ୍ସି ଓ୍ବାର୍ଡରେ ଚିକିତ୍ସା ଚାଲୁଥିବା ସୂଚନା ମିଳିଛି। ପୋଲିସ ଘଟଣା ସ୍ଥଳରୁ ମହିଳା ଜଣଙ୍କୁ ଗିରଫ କରି ପଚରା ଉଚରା କରୁଛି। ସୂଚନାଯୋଗ୍ୟ, ଉନ୍ନାଓ ପୀଡିତାଙ୍କ ମୃତ୍ୟୁ ପରେ ମହିଳା ଜଣଙ୍କ ଭାଙ୍ଗି ପଡିଥିଲେ। ଏହି ଘଟଣାକୁ ନେଇ ସେ ବିରୋଧ ପ୍ରଦର୍ଶନ ସମୟରେ ଏମିତି ଘଟଣା ଘଟାଇଛନ୍ତି ଯାହା ଫଳରେ ତାଙ୍କ ନିଜ ଝିଅ ଏବେ ଗୁରୁତର ହାଇପଡିଛି। ପ୍ରାୟ ୯୦ ଭାଗ ପୋଡି ଯାଇଥିବା ଉନ୍ନାଓ ପୀଡିତାଙ୍କର ଶୁକ୍ରବାର ରାତି ପ୍ରାୟ ୧୧ଟା ୪୫ରେ ମୃତ୍ୟୁ ହୋଇଥିଲା।

Share