Categories: ଜାତୀୟ

ଉନ୍ନାଓ ଘଟଣା: ହସିି ଫଶିଗଲେ ଜୟା

ନୂଆଦିଲ୍ଲୀ, ୩୧।୭: ଉନ୍ନାଓ ବଳାତ୍କାର ପୀଡିତାଙ୍କ କାର୍‌ ଦୁର୍ଘଟଣାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ବୁଧବାର ଏହି ଘଟଣାକୁ ବିରୋଧ କରି ସମାଜବାଦୀ ପାର୍ଟ ଏବଂ ତୃଣମୂଳ କଂଗ୍ରେସର ଏମ୍‌ପିମାନେ ଦିଲ୍ଲୀରେ ବିରୋଧ ପ୍ରଦର୍ଶନ କରିଥିଲେ। ଏଥିରେ ସାମିଲ ହୋଇଥିଲେ ଅଭିନେତ୍ରୀ ତଥା ରାଜ୍ୟସଭା ଏମ୍‌ପି ଜୟା ବଚ୍ଚନ। ଉନ୍ନାଓ ଭଳି ଏକ ସମ୍ବେଦନଶୀଳ ଘଟଣାକୁ ବିରୋଧ କରୁଥିଲାବେଳେ ଜୟା ଜୋରରେ ହସୁଥିବାର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ଫ୍ୟାନ ଏହା ଦେଖି ଜୟାଙ୍କୁ ଟ୍ରୋଲ କରିବାକୁ ପଛାଇନାହାନ୍ତି। ଏଭଳି ଦୁଃଖଦ ଘଟଣାରେ ମନ ଖୋଲି ହସିବା କେତେଦୂର ଠିକ୍‌ ତାହା ଜୟା ନିଜେ ଜାଣିଥିବେ ବୋଲି ୟୁଜର୍ସ କହିଛନ୍ତି।

Share