Posted inଜାତୀୟ

ଉନ୍ନାଓ ଦୁର୍ଘଟଣା: ଘଟଣାସ୍ଥଳରେ ପହଞ୍ଚିଲେ ସିବିଆଇ ଟିମ୍‌

ରାଏବରେଲି,୩୧।୭: ଏକ କାର୍‌ ଦୁର୍ଘଟଣାରେ ଉନ୍ନାଓ ବଳାତ୍କାର ପୀଡ଼ିତା ଗୁରୁତର ଆହତ ହୋଇଛନ୍ତି। ଏହି ମାମଲାର ଯାଞ୍ଚ୍‌ ପାଇଁ ସିବିଆଇ ୧୨ ଜଣିଆ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଖୁବଶୀଘ୍ର ଗିରଫ ଟ୍ରକ୍‌ ଡ୍ରାଇଭର୍‌ ଏବଂ କ୍ଲିନ୍‌ରଙ୍କୁ ପଚରାଉଚୁରା କରାଯିବ ବୋଲି ଜଣାପଡିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବିଧାୟକ କୁଲଦୀପ ସେନଗାର, ତାଙ୍କ ଭାଇ ମନୋଜ ସମେତ ୨୫ ଜଣଙ୍କ ବିରୋଧରେ ସିବିଆଇ ବୁଧବାର ଲକ୍ଷ୍ନୌର ଦୁର୍ନୀତି ନିବାରଣ ଶାଖାରେ ମାମଲା ରୁଜୁ କରିଛି। ସେମାନଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ ଏବଂ ଅପରାଧିକ ଷଡଯନ୍ତ୍ର ଧାରାରେ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ, ପୀଡ଼ିତା ନିଜର ମାଉସୀ ଏବଂ ଓକିଲଙ୍କ ସହିତ ରାଏବରେଲି ଆସୁଥିବାବେଳେ ବାଟରେ ତାଙ୍କ କାରକୁ ଏକ ଟ୍ରକ ଧକ୍କା ଦେଇଥିଲା। ଏଥିରେ ତାଙ୍କ ମାଉସୀ ମୃତ୍ୟୁ ଘଟିଥିଲା ବେଳେ ପୀଡ଼ିତା ଗୁରୁତର ଆହତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ୟୁପିରେ ଯଦି ହିନ୍ଦୁ ସୁରକ୍ଷିତ, ତେବେ ମୁସଲମାନ ବି ସୁରକ୍ଷିତ’, ଯୋଗୀ ଆଦିତ୍ୟନାଥଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ଲକ୍ଷ୍ନୌ,୨୬।୩: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଶ୍ୱାସନା ଦେଇଛନ୍ତି ଯେ ରାଜ୍ୟରେ ସମସ୍ତ ଧର୍ମର ଲୋକ ସୁରକ୍ଷିତ ଅଛନ୍ତି। ସେ କହିଥିଲେ ଯେ ଜଣେ...

ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଘରେ ସିବିଆଇ ରେଡ୍‌

ନୂଆଦିଲ୍ଲୀ,୨୬।୩: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଘରେ ସିବିଆଇ ରେଡ୍‌ କରିଛି। କୁହାଯାଉଛି ଯେ ମହାଦେବ ସଟ୍ଟା ଆପ ସମ୍ପର୍କରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ...

ଋଣ ଛାଡ଼ ପାଇଁ ସ୍ବାମୀଙ୍କୁ ମୃତ ଘୋଷଣା

ଗୋରଖପୁର (ଉତ୍ତରପ୍ରଦେଶ),୨୬।୩:  ଗ୍ରାମାଞ୍ଚଳ ମହିଳାମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ସେମାନଙ୍କୁ କମ୍‌ ସୁଧ ହାରରେ ଋଣ ପ୍ରଦାନ କରାଯାଉଛି। ଏପରି କି କେତେକ...

ଫେସବୁକ୍‌-ଇନଷ୍ଟାଗ୍ରାମ ଡାଉନ୍‌; ସାରା ବିଶ୍ୱର ହଜାର ହଜାର ବ୍ୟବହାକାରୀ ପ୍ରଭାବିତ

ନୂଆଦିଲ୍ଲୀ,୨୫।୩: ମେଟାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଫେସବୁକ୍‌’ ଏବଂ ‘ଇନଷ୍ଟାଗ୍ରାମ’ରେ ମଙ୍ଗଳବାର ବ୍ୟାପକ ବିଭ୍ରାଟ ଦେଖାଦେଇଛି। ଏହାକୁ ନେଇ ସାରା ବିଶ୍ୱର ବ୍ୟବହାରକାରୀମାନେ ଆପ୍‌ ଏବଂ...

ଏଠାରେ ଗୋଟିଏରେ ଗୋଟିଏ ମାଗଣା ମିଳୁଛି ମଦ, ଦୋକାନ ଆଗରେ ଅସମ୍ଭାଳ ଭିଡ଼; ପେଟି ଉଠାଇ ନେଉଛନ୍ତି…

ଲକ୍ଷ୍ନୌ,୨୫।୩: ଉତ୍ତର ପ୍ରଦେଶର ମଦ ପ୍ରେମୀଙ୍କ ପାଇଁ ଭଲ ଦିନ ଆସିଥିବା ଭଳି ମନେ ହେଉଛି। କାରଣ ଏବେ ନୋଏଡା ସମେତ ସମସ୍ତ ଜିଲା ଏବଂ...

ବିରୋଧୀଙ୍କୁ ଶାହାଙ୍କ ତେର୍ଚ୍ଛାବାଣ: କହିଲେ ‘୧୫-୨୦ ବର୍ଷ ଯାଏ କାହା ନମ୍ବର ଆସିବ ନାହିଁ,ଯାହା କରିବୁ ଆମେ କରିବୁ’

ନୂଆଦିଲ୍ଲୀ,୨୫।୩: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟ ସଭାରେ ବିପର୍ଯ୍ୟୟ ପରିଚାଳନା (ସଂଶୋଧନ) ବିଲ୍‌-୨୦୨୪ ଉପରେ ଆଲୋଚନାର ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ ଆମ...

ନିଶା ଦେଇ ନିର୍ଜନ ସ୍ଥାନକୁ ନେଇ ବ୍ୟବସାୟୀଙ୍କ ଗଳା କାଟିଲେ ଶାଶୁ, ସ୍ତ୍ରୀ

ବେଙ୍ଗାଲୁରୁ,୨୫।୩: ବେଙ୍ଗାଲୁରୁରେ ଜଣେ ୩୭ ବର୍ଷୀୟ ରିଅଲ ଇଷ୍ଟେଟ ବ୍ୟବସାୟୀଙ୍କ ହତ୍ୟାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୋଲିସର କହିବା ଅନୁଯାୟୀ, ମୃତକଙ୍କ ସ୍ତ୍ରୀ...

ପ୍ରଥମଥର ପାଇଁ ୧ ଲକ୍ଷ କୋଟିର ବଜେଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ସବୁ ବର୍ଗଙ୍କୁ ରଖିଛନ୍ତି ଧ୍ୟାନରେ

ନୂଆଦିଲ୍ଲୀ,୨୫।୩: ଦିଲ୍ଲୀର ଭାଜପା ସରକାର ମଙ୍ଗଳବାର ବିଧାନସଭାରେ ଏହାର ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି। ଭାଜପା ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ବଜେଟରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image