Advertisement
Categories: ଜାତୀୟ

ଉନ୍ନାଓ ଦୁର୍ଘଟଣା: ଘଟଣାସ୍ଥଳରେ ପହଞ୍ଚିଲେ ସିବିଆଇ ଟିମ୍‌

ରାଏବରେଲି,୩୧।୭: ଏକ କାର୍‌ ଦୁର୍ଘଟଣାରେ ଉନ୍ନାଓ ବଳାତ୍କାର ପୀଡ଼ିତା ଗୁରୁତର ଆହତ ହୋଇଛନ୍ତି। ଏହି ମାମଲାର ଯାଞ୍ଚ୍‌ ପାଇଁ ସିବିଆଇ ୧୨ ଜଣିଆ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଖୁବଶୀଘ୍ର ଗିରଫ ଟ୍ରକ୍‌ ଡ୍ରାଇଭର୍‌ ଏବଂ କ୍ଲିନ୍‌ରଙ୍କୁ ପଚରାଉଚୁରା କରାଯିବ ବୋଲି ଜଣାପଡିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବିଧାୟକ କୁଲଦୀପ ସେନଗାର, ତାଙ୍କ ଭାଇ ମନୋଜ ସମେତ ୨୫ ଜଣଙ୍କ ବିରୋଧରେ ସିବିଆଇ ବୁଧବାର ଲକ୍ଷ୍ନୌର ଦୁର୍ନୀତି ନିବାରଣ ଶାଖାରେ ମାମଲା ରୁଜୁ କରିଛି। ସେମାନଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ ଏବଂ ଅପରାଧିକ ଷଡଯନ୍ତ୍ର ଧାରାରେ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ, ପୀଡ଼ିତା ନିଜର ମାଉସୀ ଏବଂ ଓକିଲଙ୍କ ସହିତ ରାଏବରେଲି ଆସୁଥିବାବେଳେ ବାଟରେ ତାଙ୍କ କାରକୁ ଏକ ଟ୍ରକ ଧକ୍କା ଦେଇଥିଲା। ଏଥିରେ ତାଙ୍କ ମାଉସୀ ମୃତ୍ୟୁ ଘଟିଥିଲା ବେଳେ ପୀଡ଼ିତା ଗୁରୁତର ଆହତ ହୋଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share