Categories: ଜାତୀୟ

ଉନ୍ନାଓ ପୀଡ଼ିତାଙ୍କୁ ମିଳିଲା ନ୍ୟାୟ: କୁଲଦୀପଙ୍କୁ ଆଜୀବନ ଜେଲ, ୨୫ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ,୨୦।୧୨: ଶେଷରେ ଉନ୍ନାଓ ପୀଡ଼ିତାଙ୍କୁ ମିଳିଛି ନ୍ୟାୟ। ଶୁକ୍ରବାର ଦିଲ୍ଲୀର ତିସ୍‌ ହଜାରି କୋର୍ଟ ଭାରତୀୟ ଜନତା ପାର୍ଟି(ଭାଜପା)ର ବହିଷ୍କୃତ ବିଧାୟକ କୁଲଦୀପ ସେନ୍‌ଗାରଙ୍କୁ ଆଜୀବନ ଜେଲଦଣ୍ଡ ସହ ୨୫ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଏହାସହ କୋର୍ଟ ସିବିଆଇକୁ ପୀଡ଼ିତା ଓ ତାଙ୍କ ପରିବାରଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, କୋର୍ଟ ସେନ୍‌ଗାରଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ପୂର୍ବରୁ ସିବିଆଇ ସର୍ବାଧିକ ଦଣ୍ଡବିଧାନ ପାଇଁ କୋର୍ଟରେ ଦାବି କରିଥିଲା। ସୂଚନାଯୋଗ୍ୟ, ୨୦୧୭ରେ ଉନ୍ନାଓ ପୀଡ଼ିତାଙ୍କୁ ଜଣେ ମହିଳା ଚାକିରି କରାଇଦେବାକୁ କହି ସେନ୍‌ଗାରଙ୍କ ନିକଟକୁ ଆଣିଥିବା ବେଳେ ସେ ତାଙ୍କୁ ବଳାତ୍କାର କରିଥିଲେ ବୋଲି ଅଭିଯୋଗ ହୋଇଥିଲା।

Share