ନୂଆଦିଲ୍ଲୀ,୫।୮: ଦୁର୍ଘଟଣାର ଶିକାର ହୋଇ କିଙ୍ଗ ଜର୍ଜସ୍ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ଉତ୍ତର ପ୍ରଦେଶର ଉନ୍ନାଓ ପୀଡିତାଙ୍କର ଚିକିତ୍ସା ଏବେ ଦିଲ୍ଲୀ ସ୍ଥିତ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନସେସ୍(ଏମ୍ସ)ରେ କରାଯିବ ବୋଲି ସୋମବାର ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ତାଙ୍କୁ ଏୟାର ଆମ୍ବୁଲାନ୍ସ ଜରିଆରେ ଦିଲ୍ଲୀ ଆଣିବାର ବ୍ୟବସ୍ଥା କରାଯିବ। ଯଦି ଆବଶ୍ୟକ ପଡେ ତେବେ ତାଙ୍କ ଓକିଲଙ୍କୁ ଚିକିତ୍ସା ପାଇଁ ମଧ୍ୟ ଦିଲ୍ଲୀ ସ୍ଥାନାନ୍ତର କରାଯିବ। ଏବେ ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ପୀଡିତା ଭେଣ୍ଟିଲେଟରରେ ରହିଛନ୍ତି।