Categories: ଜାତୀୟ

ଉନ୍ନାଓ ପୀଡିତାଙ୍କୁ ମିଳିଲା ନ୍ୟାୟ: ଦୋଷୀ ସାବ୍ୟସ୍ତ ହେଲେ ସେନ୍‌ଗାର

ନୂଆଦିଲ୍ଲୀ,୧୬।୧୨: ଉନ୍ନାଓ ବଳାତ୍କାର ମାମଲାରେ ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ ସୋମବାର ମୁଖ୍ୟ ଅଭିଯୁକ୍ତ ତଥା ଭାରତୀୟ ଜନତା ପାର୍ଟି(ଭାଜପା)ର ବହିସ୍କୃତ ବିଧାୟକ କୁଲଦୀପ ସିଂ ସେନ୍‌ଗାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିରେ ଅଭିଯୁକ୍ତ ଥିବା ଶଶି ସିଂଙ୍କୁ କୋର୍ଟ ନିର୍ଦ୍ଦୋଷ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ୨୦୧୭ରେ ଶଶି ସିଂ ପୀଡିତାଙ୍କୁ ଚାକିରି ଦେବାକୁ କହି ସେନ୍‌ଗାରଙ୍କ ପାଖକୁ ନେଇଥିଲେ। ଏହାପରେ ସେନ୍‌ଗାର ତାଙ୍କୁ ବଳାତ୍କାର କରିଥିଲେ ବୋଲି ପୀଡିତା ଅଭିଯୋଗ କରିଥିଲେ। ଆସନ୍ତା ୧୯ ତାରିଖରେ ସେନ୍‌ଗାରଙ୍କ ଦଣ୍ଡ ଘୋଷଣା କରାଯିବ ବୋଲି କୋର୍ଟ କହିଛନ୍ତି।

Share