Categories: ଜାତୀୟ

ଉନ୍ନାଓ ପୀଡିତାଙ୍କ ଅବସ୍ଥା ଗୁରୁତର

ନୂଆଦିଲ୍ଲୀ,୬।୧୨: ଉତ୍ତର ପ୍ରଦେଶ ଉନ୍ନାଓର ଜଣେ ବଳାତ୍କାର ପୀଡିତା ଗୁରୁବାର କୋର୍ଟକୁ ଯାଉଥିବା ସମୟରେ ତାଙ୍କୁ ଅଭିଯୁକ୍ତମାନେ ପୋଡି ମାରି ଦେବାକୁ ଉଦ୍ୟମ କରିଥିଲେ। ପୋଲିସ ଘଟଣା ସମ୍ପର୍କରେ ଜାଣି ପୀଡିତାଙ୍କୁ ଉଦ୍ଧାର କରିବା ବେଳକୁ ତାଙ୍କ ଶରୀରର ୯୦ ପ୍ରତିଶତ ପୋଡି ଯାଇଥିଲା। ଏହାପରେ ପୋଲିସ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ପରେ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା। ଏବେ ସେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲର ଆଇସିୟୁରେ ଥିଲେ ମଧ୍ୟ ତାଙ୍କ ଅବସ୍ଥା ଗୁରୁତର ଥିବା କହିଛନ୍ତି ହସ୍ପିଟାଲ ସୁପରିଣ୍ଡେଣ୍ଡେଣ୍ଟ ଡାକ୍ତର ସୁନିଲ ଗୁପ୍ତା। ଶରୀରର ୯୦ ଭାଗ ପୋଡି ଯାଇଥିବାରୁ ତାଙ୍କର ମଲ୍ଟି ଅର୍ଗାନ ଅକାମୀ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି ବୋଲି ଡାକ୍ତର କହିଛନ୍ତି ତେବେ ସେ କେତେ ସମୟ ପର୍ଯ୍ୟନ୍ତ ଆଇସିୟୁରେ ରହିବେ ତାହା ମଧ୍ୟ ସଠିକ୍‌ କହିହେବ ନାହିଁ ବୋଲି ଡାକ୍ତର ପ୍ରକାଶ କରିଛନ୍ତି।

Share