Categories: ଜାତୀୟ

ଉନ୍ନାଓ ପୀଡିତାଙ୍କ ବୟାନ ରେକର୍ଡ କଲା ସିବିଆଇ

ନୂଆଦିଲ୍ଲୀ,୨।୯: ଦିଲ୍ଲୀସ୍ଥିତ ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଚିକିତ୍ସାଧିନ ଥିବା ଉନ୍ନାଓ ବଳାତ୍କାର ପୀତାଙ୍କ ବୟାନ ସିବିଆଇ ରେକର୍ଡ କରିଥିବା ସୂଚନା ମିଳିଛି। ଗୁରୁତର ଥିବା ପୀଡିତା ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ରବିବାର ତାଙ୍କୁ ସାଧାରଣ ଓ୍ବାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ତାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସୁଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଥିବାରୁ ଏବେ ସିବିଆଇ ତାଙ୍କ ବୟାନ ରେକର୍ଡ କରିଥିବା କୁହାଯାଉଛି। ସୂଚନାଯୋଗ୍ୟ, ଗତ ଜୁଲାଇରେ ଉନ୍ନାଓ ବଳାତ୍କାର ପୀଡିତା ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଅବସ୍ଥାରେ ଦିଲ୍ଲୀସ୍ଥିତ ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଚିକିତ୍ସିତ ହେଉଛନ୍ତି।

Share