ନୂଆଦିଲ୍ଲୀ,୧।୮: ଉନ୍ନାଓ ବଳାତ୍କାର ଘଟଣା ସହ ଜଡିତ ସମସ୍ତ ୫ ମାମଲାକୁ ଉତ୍ତର ପ୍ରଦେଶରୁ ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଛି। ଆସନ୍ତା ୪୫ ଦିନ ମଧ୍ୟରେ ଏହାର ଶୁଣାଣି କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଅନ୍ୟପଟେ ଉନ୍ନାଓ ପୀଡିତଙ୍କ ଦୁର୍ଘଟଣା ମାମଲାର ଯାଞ୍ଚ ୭ ଦିନ ମଧ୍ୟରେ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ପୀଡିତାଙ୍କ ପରିବାରକୁ ରାଜ୍ୟ ସରକାର ୨୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ମଧ୍ୟ କୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ଗତ ପ୍ରାୟ ୪ ଦିନ ତଳେ ଉନ୍ନାଓ ପୀଡିତା ଦୁର୍ଘଟଣାର ଶିକାର ହୋଇଥିବା ବେଳେ ଏବେ ତାଙ୍କର ଚିକିତ୍ସା ଚାଲିଛି। ସେ ଓ ତାଙ୍କ ଓକିଲ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଏବେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଉଭୟ ଭେଣ୍ଟିଲେଟରରେ ରହିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।