Categories: ଜାତୀୟ

ଉନ୍ନାଓ ମାମଲା: ଡିସେମ୍ବର ୨୦ରେ ଆସିବ ରାୟ

ନୂଆଦିଲ୍ଲୀ,୧୭।୧୨: ବହୁଚର୍ଚ୍ଚିତ ୨୦୧୭ର ଉନ୍ନାଓ ଗଣବଳାତ୍କାର ମାମଲାରେ ଭାରତୀୟ ଜନତା ପାର୍ଟି(ଭାଜପା)ର ପୂର୍ବତନ ବିଧାୟକ କୁଲଦୀପ ସିଂ ସେନ୍‌ଗାରଙ୍କୁ ସୋମବାର କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆସନ୍ତା ୨୦ ତାରିଖରେ ଦିଲ୍ଲୀର ତିସ୍‌ ହଜାରି କୋର୍ଟ ଏହାର ରାୟ ପ୍ରକାଶ କରିବେ ବୋଲି ଜଣାପଡିଛି। ମଙ୍ଗଳବାର ଦଣ୍ଡକୁ ନେଇ ଦୁଇପକ୍ଷଙ୍କ କଥା ଶୁଣିବା ପରେ କୋର୍ଟ ଏହାକୁ ସଂରକ୍ଷିତ ରଖିଛନ୍ତି। ଆଇନ୍‌ ଅନୁଯାୟୀ ସେନ୍‌ଗାରଙ୍କୁ ଆଜୀବନ ଜେଲଦଣ୍ଡ ହୋଇପାରେ ବୋଲି ଆଲୋଚନା ହେଉଛି। ଅନ୍ୟପଟେ ପୀଡିତାଙ୍କ ଓକିଲ ଦୋଷୀ ସେନ୍‌ଗାରଙ୍କୁ ସର୍ବାଧିକ ଦଣ୍ଡ ବିଧାନ ପାଇଁ ଦାବି କରିଛନ୍ତି।

Share