Categories: ଜାତୀୟ

ଉନ୍ନାଓ ମାମଲା: ପୀଡ଼ିତା ପିତାଙ୍କୁ ହତ୍ୟା ଘଟଣାରେ ସେନ୍‌ଗାରଙ୍କୁ ୧୦ ବର୍ଷ ଜେଲ

ନୂଆଦିଲ୍ଲୀ,୧୩।୩: ଉନ୍ନାଓ ବଳାତ୍କାର ଘଟଣାର ପୀଡିତାଙ୍କ ପିତାଙ୍କ ମୃତ୍ୟୁ ମାମଲାରେ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ବିହିଷ୍କୃତ ବିଧାୟକ କୁଲଦୀପ ସିଂ ସେନ୍‌ଗାରଙ୍କୁ ଶୁକ୍ରବାର ଦିଲ୍ଲୀର ଏକ କୋର୍ଟ ୧୦ ବର୍ଷ ସଶ୍ରମ କରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହ ଉକ୍ତ ମାମଲାର ସମସ୍ତ ଦୋଷୀଙ୍କ ଉପରେ ୧୦ ଲକ୍ଷ ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ସୂଚନାଯୋଗ୍ୟ, ଏହି ମାମଲାରେ ଦିଲ୍ଲୀର ଏକ କୋର୍ଟ ମାର୍ଚ୍ଚ ୪ରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଏମାନଙ୍କ ଦଣ୍ଡାଦେଶକୁ ସଂରକ୍ଷିତ ରଖିଥିଲେ। ଏହି ମାମଲାରେ ସେନ୍‌ଗାରଙ୍କ ଭାଇ ଅତୁଲ ସେନ୍‌ଗାରଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯିବା ସହ ଉଭୟ ୧୦ ଲକ୍ଷ ଲେଖାଏଁ ଜରିମାନା ଦେବାକୁ କୋର୍ଟ ରାୟ ଦେଇଛନ୍ତି। ପୂର୍ବରୁ ଏହି ମାମଲାରେ ୪ ଦୋଷୀଙ୍କୁ ମୁକ୍ତ କରାଯାଇଛି। ସୂଚନାଯୋଗ୍ୟ, ପୀଡ଼ିତାଙ୍କ ପିତାଙ୍କ ମୃତ୍ୟୁ ୯ ଏପ୍ରିଲ ୨୦୧୮ରେ ପୋଲିସ ହାଜତରେ ହୋଇଥିଲା।

Share