Categories: ଜାତୀୟ

ଉନ୍ନାଓ ମାମଲା: ୧୨ଟା ସୁଦ୍ଧା ସୁପ୍ରିମକୋର୍ଟରେ ହାଜର ହେବାକୁ ସିବିଆଇ ଅଧିକାରୀଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧।୮: ଉନ୍ନାଓ ବଳାତ୍କାର ପୀଡିତାଙ୍କ ଦୁର୍ଘଟଣାକୁ ନେଇ ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଅଛି। ହେଲେ ଦିନ ୧୨ଟା ସୁଦ୍ଧା ଏହି ଘଟଣା ସହ ଜଡିତ ଥିବା ସିବିଆଇ ଅଧିକାରୀଙ୍କୁ ହାଜର ହେବାକୁ କୋର୍ଟ କହିଛନ୍ତି। କାରଣ ଏମାନେ ମାମଲାର ସ୍ଥିତି ସମ୍ପର୍କରେ ସୂଚନା ଦେଇପାରିବେ। ଅନ୍ୟପଟେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ମଧ୍ୟ ମାମଲାର ଯାଞ୍ଚକୁ ନେଇ ସମ୍ପୂର୍ଣ୍ଣ ବିବରଣୀ ଜାଣିବାକୁ ଚାହଁୁଥିବା ସୂଚନା ମିଳିଛି।

Share