ଉନ୍ନୟନ କାର୍ଯ୍ୟ ଜାରି ରହିବ: ଟୁକୁନୀ

ଗୁଡ଼ଭେଲା, ୬ା୬(ଡ଼ି.ଏନ.ଏ.): ରାଜ୍ୟ ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତିମନ୍ତ୍ରୀ ଟୁକୁନୀ ସାହୁଙ୍କୁ ବଲାଙ୍ଗୀର ଜିଲା ତୁଷୁରା ସହରବାସୀଙ୍କ ପକ୍ଷରୁ ଗୁରୁବାର ବିପୁଳ ସମ୍ବର୍ଦ୍ଧନା ସହ ସ୍ବାଗତ କରାଯାଇଥିଲା। ପୂର୍ବାହ୍ନ ପ୍ରାୟ ୧୧ଟାରେ ସ୍ଥାନୀୟ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ମନ୍ତ୍ରୀ ସାହୁ ପହଞ୍ଚତ୍ବା ପରେ ତାଙ୍କୁ ବିଜେଡି କର୍ମୀମାନେ ସ୍ବାଗତ କରିଥିଲେ। ଏହା ପରେ ସେ ଏକ ଖୋଲାଗାଡିରେ ସେ ସହର ପରିକ୍ରମା କରି ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ପହଞ୍ଚି ଦର୍ଶନ କରିଥିଲେ।ପରେ ବିଭିନ୍ନ ସଂଗଠନ ପକ୍ଷରୁ ଟୁକୁନୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ଅଞ୍ଚଳର ଉନ୍ନତିମୂଳକ କାର୍ଯ୍ୟକୁ ଅଗାମୀ ଦିନରେ ଅଧିକ ତ୍ୱରାନ୍ବିତ କରାଯିବ ବୋଲି ସମ୍ବର୍ଦ୍ଧନା ଉତ୍ତରରେ ସାହୁ କହିଥିଲେ।