ଉନ୍ନୟନ କାର୍ଯ୍ୟ ପରିଦର୍ଶନ କଲେ ଜିଲାପାଳ

ସିମୁଳିଆ, ୯ା୧(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଗୁରୁବାର ସିମୁଳିଆ ବ୍ଲକର ବିଭିନ୍ନ ସ୍ଥାନ ଅଚାନକ ପରିଦର୍ଶନ କରିଥିଲେ । ସେଥିମଧ୍ୟରେ ମୁରୁଣା ପଞ୍ଚାୟତରେ ୨୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ କଲ୍ୟାଣମଣ୍ଡପ, ୬ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଗ୍ରାମାଞ୍ଚଳ ପାର୍କ, ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଗ୍ରାମାଞ୍ଚଳ ହାଟ, ଏସ୍‌ଏଚ୍‌ଜି ମାଛ ପୋଖରୀ, ବାଲିକୋଣା ଅଙ୍ଗନୱାଡି କେନ୍ଦ୍ର ଆଦି ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ । ସେହିପରି ଅଡା ପଞ୍ଚାୟତରେ ବସୁଧା ଯୋଜନାରେ ନିର୍ମିତ ଜଳପ୍ରକଳ୍ପ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, କୁରୁକୁରିଆରେ ବିଦ୍ୟୁତୀକରଣ, ମାର୍କୋଣା ସୋସାଇଟିର ଧାନମଣ୍ଡି, ରଘୁନାରାୟଣ ବିଦ୍ୟାଳୟ ଅଦି ପରିଦର୍ଶନ କରିଥିଲେ ା ଅନ୍ୟମାନଙ୍କ ମଧ୍ୟରେ ବିଡିଓ ଡ. ନରହରି ବେହେରା, ତହସିଲଦାର ରବିନାରାୟଣ ସାହୁ, ପିଡି ରାମଚନ୍ଦ୍ର ଜେନା, ପରିବହନ ଓ ବାଣିଜ୍ୟ ଅଧିକାରୀ ପ୍ରମୋଦ ମେହେର୍ଦ୍ଦା ପ୍ରମୁଖ ଉପସ୍ଥିତ ଥିଲେ।