ଉପକାରୀ ପିଆଜ

ପିଆଜର ସଣ୍ଢା ହେଉ କି ପରିପକ୍ୱ ପିଆଜ, ଉଭୟ ଶରୀର ପାଇଁ ଉପକାରୀ। ପିଆଜ ସଣ୍ଢା କୋଲେଷ୍ଟରଲ ସ୍ତର କମାଏ। ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ ତତ୍ତ୍ୱ ଥାଏ। ତେଣୁ ଏହା ପାଚନରେ ସହାୟକ ହୁଏ। ଏହାକୁ ଖାଇଲେ ଇମ୍ୟୁନ୍‌ ପାଓ୍ବାର ବଢିଥାଏ। ଏହା ଚେହେରାର କୁଞ୍ଚନ କମାଏ ଓ ଦୃଷ୍ଟିଶକ୍ତି ବି ବଢାଇଥାଏ। କେଶ ମୂଳରେ ପିଆଜ ରସ ଲଗାଇଲେ ଝଡିବା ସମସ୍ୟା ବି ଦୂର ହୁଏ। ଏମିତିକି ନିୟମିତ ବ୍ୟବହାରରେ କମ୍‌ ବୟସରେ ଧଳା ହୋଇଥିବା କେଶ କଳା ହେବା ସମ୍ଭାବନା ରହିଛି। ହିଷ୍ଟେରିୟା ରୋଗୀ ଅଚେତ ହୋଇଗଲେ ପିଆଜ ଛେଚି କରି ଶୁଙ୍ଘାନ୍ତୁ। ଆଜ୍‌ମା ରୋଗୀଙ୍କ ପାଇଁ ବି ଏହା ଉପକାରୀ। ପିଆଜକୁ ପାଣିରେ ଫୁଟାଇ ସେହି ପାଣି ପିଇଲେ ପରିସ୍ରାଜନିତ ସମସ୍ୟା ଦୂର ହୁଏ। ଥଣ୍ଡା ହୋଇଥିଲେ ବି ପିଆଜ ଖାଇବା ଭଲ।