ଉପକାରୀ ପୁଦିନା: ଜାଣନ୍ତୁ ଗ୍ରୀଷ୍ମଋତୁରେ କିପରି କରିବେ ବ୍ୟବହାର

ଗ୍ରୀଷ୍ମଋତୁରେ ସ୍ବାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ହେବାକୁ ପଡ଼ିଥାଏ। କାରଣ ଏହି ଋତୁରେ ସ୍ବାସ୍ଥ୍ୟ ଖରାପ ହେବାର ଅଧିକ ଆଶଙ୍କା ଦେଖାଯାଇଥାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଏହି ଋତୁରେ ସୁସ୍ଥ ରହିବା ସହ ଗରମରୁ ମୁକ୍ତି ପାଇବା ଲାଗି ପୁଦିନା ବ୍ୟବହାର କରିବା ଜରୁରୀ। ଏହାକୁ ବ୍ୟବହାର କରିବା ଫଳରେ ସ୍ବାସ୍ଥ୍ୟ ଭଲ ରହିଥାଏ । ତେବେ ଜାଣନ୍ତୁ ଏହାର ଉପକାରୀ ଗୁଣ ସମ୍ପର୍କରେ…
-ପେଟ ଜନିତ ସମସ୍ୟା ଲାଗି ପୁଦିନା ବେଶ୍‌ ଲାଭଦାୟକ। ଗ୍ରୀଷ୍ମଦିନେ ଏହା ପେଟର ଉତ୍ତାପକୁ କମ୍‌ କରିଥାଏ।

-ଗ୍ରୀଷ୍ମଦିନେ ପାଦତଳ ପୋଡୁଥିଲେ ଫ୍ରିଜ୍‌ରେ ଥିବା ପୁଦିନା ପତ୍ରକୁ ବାଟି ପାଦରେ ଲଗାଇଲେ ଏହା ଭଲ ହୋଇଯାଇଥାଏ।

– ଏହାର ଚଟଣି ସ୍ବାଦିଷ୍ଟ ହେବା ସହ ସ୍ବାସ୍ଥ୍ୟ ଉପକାରୀ ହୋଇଥାଏ। ଖରାଦିନେ ଭୋକ ଲାଗୁ ନ ଥିଲେ ଏହାର ଚଟଣି ଖାଇଲେ ଭୋକ ହୋଇଥାଏ।

– କାଶ ହେଉଥିଲେ ପୁଦିନା ପତ୍ର ଏବଂ ଅଦାରସ ସହିତ କିଛି ମହୁ ମିଶାଇ ପିଇଲେ ଉପଶମ ମିଳିଥାଏ।