ଉପକାରୀ ମୁଗଡାଲି ପାଣି, ଦୂର ହୋଇଥାଏ ଅନେକ ରୋଗ

ମୁଗଡାଲି ଖାଇବାକୁ ଯେତିକି ସ୍ବାଦିଷ୍ଟ ଏହାର ପାଣି ସ୍ବାସ୍ଥ୍ୟ ପକ୍ଷେ ସେତିକି ଉପକାରୀ ମଧ୍ୟ। ଏହି ଡାଲିରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍‌ ଭରି ରହିଛି। ଏହା ବ୍ୟତୀତ ଏଥିରେ ପୋଟାସିୟମ, କପର, ଜିଙ୍କ୍‌ ଏବଂ ଭିଟାମିନ୍‌ ପରି ପୋଷକତତ୍ତ୍ୱ ରହିଛି। ମୁଗଡାଲି ମାଣି ପିଇଲେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ ବୋଲି ଏକ ତଥ୍ୟରୁ ଜଣାପଡ଼ିଛି।
ମୁଗଡାଲି ପାଣି ପ୍ରସ୍ତୁତି ପ୍ରଣାଳୀ :


ପ୍ରେସର କୁକରରେ ଦୁଇ କପ୍‌ ପାଣି ଦେଇ ଏହାକୁ ଗ୍ୟାସରେ ଗରମ କରନ୍ତୁ। ଭଲ ଭାବେ ଫୁଟିଗଲେ ଏଥିରେ ଗୋଟିଏ କପ୍‌ ମୁଗଡାଲି ଏବଂ ସ୍ବାଦ ଅନୁସାରେ ଲୁଣ ପକାନ୍ତୁ। ୨-୩ଟି ସିଟି ଆସିଲେ ଏହାକୁ ବନ୍ଦ କରି ଦିଅନ୍ତୁ। ପରେ ଭଲ ଭାବରେ ଗୋଳାଇ ନିଅନ୍ତୁ। ଏହି ପାଣିକୁ ନିୟମିତ ପିଇଲେ ଏସବୁ ରୋଗ ଦୂର ହୋଇଥାଏ ଜାଣନ୍ତୁ…

ମେଦବହୁଳତା ଦୂର କରେ :


ଓଜନ କମ୍‌ କରିବାକୁ ଚାହଁୁଥିଲେ ପ୍ରତିଦିନ ମୁଗଡାଲି ପାଣି ପିଅନ୍ତୁ। ଏହି ଡାଲିରେ କ୍ୟାଲୋରୀ ମାତ୍ରା କମ୍‌ ଏବଂ ଫାଇବରର ମାତ୍ରା ଅଧିକ ଥାଏ। ଯାହା କି ମେଦବହୁଳତା ଖୁବ୍‌ ଶୀଘ୍ର ଦୂର କରିବାରେ ସହାୟକ ହୋଇଥାଏ।

ଡାଇବେଟିସ୍‌ ଦୂର ହୁଏ :


ମୁଗଡାଲି ପାଣି ଶରୀରରେ ଇନ୍‌ସୁଲିନ୍‌ ମାତ୍ରା ବଢ଼ାଇବାରେ ସହାୟକ ହୋଇଥାଏ। ଏହା ବ୍ୟତୀତ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିଥାଏ।

ଡେଙ୍ଗୁ ରୋଗରୁ ରକ୍ଷା ମିଳେ :

ମଶା କାମୁଡ଼ାରୁ ଡେଙ୍ଗୁ ପରି ମାରାତ୍ମକ ରୋଗ ହୋଇଥାଏ। ବର୍ତ୍ତମାନ ଏହି ରୋଗ ବ୍ୟାପିବାରେ ଲାଗିଛି। ତେଣୁ ଡେଙ୍ଗୁ ଦୂର ପାଇଁ ମୁଗଡାଲି ପାଣି ବହୁ ଉପକାରୀ। ଏହି ପାଣି ପିଇଲେ ଡେଙ୍ଗୁ ଭଲ ହୋଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦିଅନ୍ତି।