ଉପକାରୀ ଲବଙ୍ଗ ତେଲ

ଲବଙ୍ଗ ତେଲରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ସ୍ବାସ୍ଥ୍ୟଜନିତ ଅନ୍ୟ ସମସ୍ୟା ସହିତ ସୁନ୍ଦର ତ୍ୱଚା ପାଇଁ ବି ଏହାକୁ ବ୍ୟବହାର କରାଯାଏ। ଏଥିରେ ଆଣ୍ଟିସେପ୍ଟିକ ଗୁଣ ସହିତ ଭିଟାମିନ-ସି, ଭିଟାମିନ-ଏ, ଆଣ୍ଟି-ବ୍ୟାକ୍ଟେରିଆଲ ଓ ଆଣ୍ଟି-ଇନ୍‌ଫ୍ଲାମେଣ୍ଟାରୀ ଗୁଣ ରହିଛି। ଆଉ ଏସବୁ ସୁସ୍ଥ ତ୍ୱଚା ପାଇବା ପାଇଁ ଉପକାରୀ। ଏଥିସହ ଏହା ଶରୀରରେ ପୋଡାଜଳା, କଟା ଘା’ ଓ ସମସ୍ତ ପ୍ରକାର ଘା’କୁ ମଧ୍ୟ ଭଲ କରିଦେଇଥାଏ।
* ଯଦି ମୁହଁରେ ବାରମ୍ବାର ବ୍ରଣ ସମସ୍ୟା ଦେଖାଯାଉଛି, ତା’ହେଲେ ଲବଙ୍ଗ ତେଲ ବ୍ୟବହାର କରନ୍ତୁ। ରାତିରେ ଲବଙ୍ଗ ତେଲ ଲଗାଇ ସକାଳେ ପାଣିରେ ଧୋଇଦିଅନ୍ତୁ। ଏହାଦ୍ୱାରା ବ୍ରଣ ସମସ୍ୟା ଦୂର ହୋଇଥାଏ।
*ଲବଙ୍ଗ ତେଲ ଶରୀରରେ ଥିବା କଳାଦାଗ ଦୂର କରିବା ପାଇଁ ସାହାଯ୍ୟ କରିଥାଏ। ଏହାକୁୁ ଦୁଇ ବୁନ୍ଦାରୁ ଅଧିକ ବ୍ୟବହାର ନ କରି ବାଦାମ କିମ୍ବା ନଡ଼ିଆ ତେଲ ସହିତ ମିଶାଇ ଲଗାନ୍ତୁ।
*ଯଦି ମୁହଁର ତ୍ୱଚାରେ ରିଙ୍କିଲ୍ସ ଦେଖାଯାଉଛି, ତା’ହେଲେ ଚିନ୍ତା କରନ୍ତୁ ନାହିଁ। ନଡ଼ିଆ ତେଲ ସହ ୫ ବୁନ୍ଦା ଲବଙ୍ଗ ତେଲ ମିଶାନ୍ତୁ ଏବଂ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ମୁହଁରେ ମାଲିସ କରନ୍ତୁ। ଏପରି କଲେ ଚେହେରାରେ ପଡୁଥିବା ଭାଙ୍ଗ ଓ ରିଙ୍କିଲ୍ସ(କୁଞ୍ଚନ)ସମସ୍ୟା କମ୍‌ ହେବା ଆପଣ ଲକ୍ଷ୍ୟ କରିପାରିବେ।
*ଘରୁ ବାହାରକୁ ବାହାରିଲେ ଧୂଳି ଓ ପ୍ରଦୂଷଣ ଯୋଗୁ ମୁହଁର ତ୍ୱଚା ଉପରେ ପ୍ରଭାବ ପଡ଼ିଥାଏ। ପ୍ରଦୂଷଣ ତ୍ୱଚାକୁ ଫିକା କରିଦେଇଥାଏ। ଏଥିପାଇଁ ଘରକୁ ଆସିଲେ, ତୁଳାରେ ଅଳ୍ପ ଲବଙ୍ଗ ତେଲ ନେଇ ମୁହଁକୁ ଭଲ ଭାବରେ ସଫା କରନ୍ତୁ। ଲବଙ୍ଗ ତେଲ କେବଳ ତ୍ୱଚାକୁ ସଫା କରି ନ ଥାଏ, ଏହା ସହିତ ମୁହଁରେ ରକ୍ତ ସଞ୍ଚାଳନକୁ ଠିକ୍‌ କରିଥାଏ ଏବଂ ଏହା ମୁହଁରେ ଉଜ୍ଜ୍ୱଳ ଆଣିଥାଏ।