ବର୍ତ୍ତମାନର ଜୀବନଶୈଳୀ ଏବଂ ପ୍ରଦୂଷଣ ଲାଗି ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଛି। ତନ୍ମଧ୍ୟରୁ ଚର୍ମ ରୋଗ ଅନ୍ୟତମ। ଏହା ପ୍ରଦୂଷଣ ଜଳ ଓ ବାୟୁ ସଂସ୍ପର୍ଶରେ ଆସି ହୋଇଥାଏ। ବେଳେବେଳେ ଏହା ରକ୍ତ ଅପରିଷ୍କାର ହେଲେ ମଧ୍ୟ ହୋଇଥାଏ। ତେବେ ଏହି ଚର୍ମ ରୋଗଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ ଶିମ୍ବ।
ଶିମ୍ବରେ ଏପରି କିଛି ତତ୍ତ୍ୱ ରହିଥାଏ ଯାହା ରକ୍ତକୁ ପରିଷ୍କାର କରିଥାଏ। ରକ୍ତ ସଫା ହେବା ଫଳରେ ତ୍ୱଚା ସମ୍ପର୍କିତ ରୋଗ ହେବା ଆଶଙ୍କା ଦୂର ହୋଇଥାଏ। ମହିଳାମାନେ ଏହା ଖାଇବା ଉଚିତ। ସ୍ବତନ୍ତ୍ର ଭାବେ ଯେଉଁମାନଙ୍କର ମାସିକ ଋତୁସ୍ରାବରେ ଅନିୟମିତତା ଦେଖାଯାଇଥାଏ, ସେମାନେ ଏହାକୁ ଖାଇବା ଜରୁରୀ। ଶିମ୍ବ କୋଷ୍ଠକାଠିନ୍ୟ ଦୂର କରିବା ସହ ଏହାର ରସକୁ କୌଣସି କୀଟ କାମୁଡିଥିବା ସ୍ଥାନରେ ଲଗାଇଲେ ଆରାମ ମିଳିଥାଏ।