ଋତୁ ଅନୁଯାୟୀ ମିଳୁଥିବା ଫଳ ଖାଇଲେ ଅନେକ ଶାରୀରିକ ସମସ୍ୟାକୁ ଦୂରେଇ ଦେଇହୁଏ। ବିଶେଷ କରି ଖରାଦିନେ ଓ ବର୍ଷାଦିନେ ଟିକେ ଅଧିକ ପରିମାଣରେ ସପୁରୀ ମିଳିଥାଏ। ଏହି ସପୁରୀ ରସ ଆଖି ପାଇଁ ବେଶ୍ ଲାଭଦାୟକ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି।
-ସପୁରୀ ରସରରେ ଥିବା ବ୍ରୋମେଲେନ ବିଭିନ୍ନ ପ୍ରକାର ପେଟ ସମସ୍ୟାରୁ ମୁକ୍ତି ଦେଇଥାଏ।
-ଏଥିରେ ଥିବା ଏନଜାଇମ୍ ପ୍ରୋଟିନକୁ ହଜମ କରିବାରେ ସହାୟକ ହୋଇଥାଏ। -ସପୁରୀ ରସରେ ଥିବା ଭିଟାମିନ୍ ସି ଓ ପୋଟାସିୟମ ଚର୍ମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।
-ସୁପରୀ ରସ ପିଇଲେ ମୃତ କୋଷିକା ଗୁଡିକ ସହଜରେ ବାହାରି ଯାଆନ୍ତି। ଫଳରେ ଚର୍ମ ଉଜ୍ୱଳ ହୋଇଥାଏ।
-ଏହି ରସକୁ ପିଇବା ଫଳରେ ଦାନ୍ତ ବା ମୁଖରେ ଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇ ଯାଇଥାଆନ୍ତି।