Categories: ଗଞ୍ଜାମ

ଉପଖଣ୍ଡ ଭଲିବଲ୍‌ ଟୁର୍ନାମେଣ୍ଟ: ସିଟି କଲେଜ ଚାମ୍ପିୟନ

ବ୍ରହ୍ମପୁର ଅଫିସ୍‌,୧୪ା୧୨-ବ୍ରହ୍ମପୁର ଉପଖଣ୍ଡ ଭଲିବଲ୍‌ ଟୁର୍ନାମେଣ୍ଟ ଶୁକ୍ରବାର ବ୍ରହ୍ମପୁର ଷ୍ଟାଡିୟମ୍‌ରେ ଉଦ୍‌ଯାପିତ ହୋଇଯାଇଛି। ଟୁର୍ନାମେଣ୍ଟର ଫାଇନାଲ୍‌ ମ୍ୟାଚ୍‌ ବ୍ରହ୍ମପୁର କ୍ରୀଡ଼ା ଛାତ୍ରାବାସ ଏବଂ ସିଟି କଲେଜ ମଧ୍ୟରେ ଖେଳା ଯାଇଥିଲା। ପ୍ରଥମ ସେଟ୍‌କୁ କ୍ରୀଡ଼ା ଛାତ୍ରାବାସ ୧୬-୨୫ରେ ଜିତିଥିଲା। ହେଲେ ପରବର୍ତ୍ତୀ ୩ ସେଟ୍‌କୁ ୨୫-୨୦, ୨୫-୨୩ ଏବଂ ୨୫-୨୧ରେ ଜିତି ସିଟି କଲେଜ ଚାମ୍ପିୟନ୍‌ ହୋଇଛି। ରେଫରି ଭାବେ ମହମ୍ମଦ ରଜାକ୍‌ ଏବଂ ଭୀମସେନ୍‌ ସାହୁ ଓ ସ୍କୋରର୍‌ ଭାବେ ବିନାୟକ ହୋତା ଦାୟିତ୍ୱ ତୁଲାଇଥିଲେ। ଏହା ପରେ ପୁରସ୍କାର ବିତରଣ କରାଯାଇଥିଲା। ଉପଖଣ୍ଡ କ୍ରୀଡ଼ା ସଂସଦ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଜଗନ୍ନାଥ ପାଢୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଏବଂ ସମ୍ମାନିତ ଅତିଥି ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ସୁବାସ ମହାରଣା ଯୋଗଦେଇ ଚାମ୍ପିୟନ୍‌ ଏବଂ ରନର୍ସଅପ୍‌ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ସେହିଭଳି କ୍ରୀଡ଼ା ଛାତ୍ରାବାସର ରାଜୁ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ଅଲ୍‌ରାଉଣ୍ଡର୍‌, ସିଟି କଲେଜର କେ. କ୍ରିଷ୍ଣା ରେଡ୍ଡୀଙ୍କୁ ଶ୍ରେଷ୍ଠ ସେଟଅପର୍‌ ଏବଂ ଆଇଟିଆଇର ସମୀର ରାମ୍‌ଙ୍କୁ ଉଦୀୟମାନ୍‌ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା। ଅବସରପ୍ରାପ୍ତ ଜିଲା କ୍ରୀଡ଼ା ଅଧିକାରୀ ଅକ୍ଷୟ ପଟ୍ଟନାୟକଙ୍କ ସମେତ ଉପଖଣ୍ଡ କ୍ରୀଡ଼ା ସଂସଦ କର୍ମକର୍ତ୍ତାମାନେ ଏହାକୁ ପରିଚାଳନା କରିଥିଲେ।

Share