ସଜନାଗଡ,୩୧।୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ମଙ୍ଗଳବାର ଚାଷୀମାନେ ଧାରଣା ଦେଇଛନ୍ତି। ଚଳିତବର୍ଷ ଧାନ ବିକ୍ରି ପାଇଁ ନୀଳଗିରି ଲ୍ୟାମ୍ପ ଅଧୀନ ବିଭିନ୍ନ ସୋସାଇଟିରେ ବହୁଚାଷୀ ନାମ ପଞ୍ଜୀକରଣ ପାଇଁ କାଗଜପତ୍ର ଦାଖଲ କରିଥିଲେ। ହେଲେ ଅଧିକାଂଶ ଚାଷୀ ପଞ୍ଜୀକରଣ ତାଲିକାରୁ ବାଦ୍ ପଡିଥିବା ନେଇ ଚାଷୀମାନେ ଅଭିଯୋଗ କରିଥିଲେ। ହେଲେ ବାଦ୍ ପଡିଥିବା ଚାଷୀଙ୍କ ନାମ ପଞ୍ଜୀକରଣ ହୋଇ ନ ଥିଲା। ଏହାସହ ନୀଳଗିରି ଲ୍ୟାମ୍ପରେ ଚାଷୀଙ୍କ ଧାନ କ୍ରୟରେ ଅବହେଳା ପ୍ରତିବାଦରେ ମଙ୍ଗଳବାର ଅର୍ନିଦ୍ଧିଷ୍ଟ କାଳ ପାଇଁ ଚାଷୀମାନେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି।