ପୁରୁଷୋତ୍ତମପୁର,୨୮।୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ଗ୍ରାମରେ ଚାଷୀଙ୍କ ଧାନକୁ ମିଲର ଓ ସମବାୟ ସମିତି କିଣୁ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ଚାଷୀଙ୍କୁ ବିକ୍ରି ଲାଗି ମିଳୁଥିବା ଟୋକନର ଅବଧି ସରିବାରେ ଲାଗିଛି । ଏହା ସହ ଚାଷୀଙ୍କ ଧାନ ବିକ୍ରି ଲାଗି ଆସୁଥିବା ଟୋକନ ସମ୍ପର୍କରେ ସମବାୟ ସମିତିଗୁଡିକ ଚାଷୀଙ୍କୁ ଠିକ୍ ସମୟରେ ସୂଚନା ଦେଉନାହାନ୍ତି। ଧାନ ଖଳାରେ ପଡିରହି ନଷ୍ଟ ହେବା ସହ ଚାଷୀମାନେ ଅଭାବୀ ବିକ୍ରିର ଶିକାର ହେବାରେ ଲାଗିଛନ୍ତି । ଚାଷୀଙ୍କ ପକ୍ଷରୁ ପୁରୁଷୋତ୍ତମପୁର ବ୍ଲକ ଯୋଗାଣ ନିରୀକ୍ଷକ ଓ ସମବାୟ ସମିତିରେ ଅଭିଯୋଗ ଜଣାଇଥିଲେ ମଧ୍ୟ କେହି ଗୁରୁତ୍ୱ ଦେଉନାହାନ୍ତି। ଏ ନେଇ ଛତ୍ରପୁର ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କ ପାଖରେ ଶୁକ୍ରବାର ପାଣ୍ଡିଆ ସମବାୟ ସମିତି ଅଧୀନ ଚାଟ ମୁଣ୍ଡଳି ଗ୍ରାମର ଚାଷୀଙ୍କ ସମେତ ପୁରୁଷୋତ୍ତମପୁର ଓ ଅନ୍ୟାନ୍ୟ ଗ୍ରାମର ଚାଷୀମାନେ ଅଭିଯୋଗ କରିଛନ୍ତି। ଏହା ଉପରେ ତୁରନ୍ତ ପଦକ୍ଷେପ ନିଆଯିବା ସହ ଚାଷୀଙ୍କ ଧାନକୁ ସମବାୟ ସମିତି, ମଣ୍ଡି ମାଧ୍ୟମରେ ମିଲର କିଣିନେବେ ବୋଲି ଉପଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।
Posted inଆମ ଜିଲା ଖବର, ଗଞ୍ଜାମ