ନୂଆଦିଲ୍ଲୀ,୬।୬: ଲୋକସଭାର ବାଚସ୍ପତି ଏବଂ ଉପବାଚସ୍ପତି ପଦବୀ କାହାକୁ ମିଳିବ ସେନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଶିବସେନା ଉପବାଚସ୍ପତି ପଦବୀ ପାଇଁ ଦାବି କରିଛି। ଏହା ଶିବସେନାର ନିଜର ଅଧିକାର ବୋଲି ଗୁରୁବାର ରାଜ୍ୟସଭା ଏମ୍ପି ସଞ୍ଜୟ ରାଓ୍ବତ କହିଛନ୍ତି। ପୂର୍ବରୁ ଏହି ପଦବୀ ବିଜେଡି କିମ୍ବା ଓ୍ବାଇଏସ୍ଆର୍ କଂଗ୍ରେସ ପାର୍ଟିଙ୍କୁ ମିଳିବା ନେଇ ଚର୍ଚ୍ଚା ହେଉଥିଲା। ସାଧାରଣତଃ ଏହି ପଦବୀ ବିପକ୍ଷ ଦଳଙ୍କ ପାଖକୁ ଯାଇଥାଏ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ପୂର୍ବଥର ଏହାକୁ ପରିବର୍ତ୍ତନ କରିଥିଲେ। ଏହି ପଦବୀ ଏଆଇଏଡିଏମ୍କେ ସଦସ୍ୟ ଏମ୍. ଥମ୍ବିଦୁରାଇଙ୍କୁ ମିଳିଥିଲା।