Categories: ଜାତୀୟ

ଉପବାସରେ ବସିଲେ ବିଜୟ ଗୋଏଲ

ନୂଆଦିଲ୍ଲୀ,୧।୧୧: ଦୀପାବଳି ପରେ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଗମ୍ଭୀର ରୂପ ଧାରଣ କରିଛି। ଏହାକୁ ନେଇ ବିରୋଧୀ ଭାଜପା କେଜିରଓ୍ବାଲ ସରକାରଙ୍କୁ ଘେରିଛି। ଶୁକ୍ରବାର ଭାଜପା ନେତା ତଥା ରାଜ୍ୟସଭା ଏମ୍‌ପି ବିଜୟ ଗୋଏଲ ପ୍ରଦୂଷଣକୁ ନେଇ ଉପବାସରେ ବସିଛନ୍ତି। ନିଜ ବାସଭବନ ବାହାରେ ସମର୍ଥକଙ୍କ ସହ ଧାରଣାରେ ବସିଛନ୍ତି ଗୋଏଲ। ତାଙ୍କ ଅଭିଯୋଗ ଅନୁଯାୟୀ, ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢିବା ନେଇ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ଲୋକଙ୍କ ପ୍ରତି ସରକାରଙ୍କୁ କୌଣସି ସହାନୁଭୂତି ନାହିଁ ବୋଲି ସେ କହିଛନ୍ତି।

Share