Categories: ଜାତୀୟ

ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ସାଧାରଣ ଜନତାଙ୍କୁ ଭେଟିଲେ ଚୌତାଲା

ସିରସା,୨୮।୧୦: ଜନନାୟକ ଜନତା ପାର୍ଟି(ଜେଜେପି)ର ମୁଖ୍ୟ ଦୁଷ୍ୟନ୍ତ ଚୌତାଲା ହରିୟାଣାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ସେ ତାଙ୍କ ନିର୍ବାଚନ ମଣ୍ଡଳି ଗସ୍ତ କରିଛନ୍ତି। ସୋମବାର ସେ ହରିୟାଣାର ସିରସାରେ ପହଞ୍ଚି ସାଧାରଣ ଭୋଟରଙ୍କ ସହ ମିଶିଛନ୍ତି। ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହ ସବୁ ପ୍ରକାର ସୁବିଧା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି। ସୂଚନାଯୋଗ୍ୟ, ରବିବାର ଦୀପାବଳି ଅବସରରେ ହରିୟାଣା ବିଧାନସଭାର ନୂଆ ସରକାର ଗଠନ କରାଗଲା। ଏଥର ଭାଜପା ଓ ଜେଜେପି ମେଣ୍ଟରେ ସରକାର ଗଠନ କରାଗଲା। କାରଣ ୨୧ରେ ହୋଇଥିବା ନିର୍ବାଚନରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳି ନ ଥିବାରୁ ଭାଜପା-ଜେଜେପି ମେଣ୍ଟରେ ସରକାର ଗଠନ କରାଗଲା। ଏଥିରେ ଭାଜପା ନେତା ତଥା ହରିୟାଣାର ଗତଥରର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ବେଳେ ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚୌତାଲା ଉପମୁଖ୍ୟମନ୍ତ୍ରୀ ଭାବେ ଉପଥ ଗ୍ରହଣ କରିଛନ୍ତି।

Share