Categories: ଜାତୀୟ

ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଘେରିଲା ଭାଜପା

ନୂଆଦିଲ୍ଲୀ,୭।୨: ଜିଏସଟି ମାମଲାରେ  ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସ୍ବତନ୍ତ୍ର କର୍ତ୍ତବ୍ୟ ଅଧିକାରୀ (ଓଏସଡି) ଗୋପାଳ କୃଷ୍ଣ ମାଧବଙ୍କୁ ଗିରଫ କରିଛି। ଦିଲ୍ଲୀ ନିର୍ବାଚନର ଗୋଟିଏ ଦିନ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଭାଜପା ଆଇଟି ସେଲ୍‌ ଅଧ୍ୟକ୍ଷ ଅମିତ ମାଲବୀୟ ମନୀଷଙ୍କ ଉପରେ ବର୍ଷିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ଉପମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ରେ ଜଣେ ଓଏସ୍‌ଡି ନିଜ ବସ୍‌ଙ୍କ ଅଜାଣତରେ ଲାଞ୍ଚ ନେଇପାରିବ ନାହିଁ। କେଜରିଓ୍ବାଲ ଏବଂ ସିସୋଡିଆଙ୍କ ନାଁରେ ପୂର୍ବରୁ ମଧ୍ୟ ଭ୍ରଷ୍ଟାଚାର ଅଭିଯୋଗ ହୋଇଛି ବୋଲି ସେ କହିଛନ୍ତି। ଓଏସ୍‌ଡି ଗିରଫ ହେବାପରେ ସିସୋଡିଆ ଟୁଇଟ କରି କହିଛନ୍ତି, ‘ଗିରଫ ଓଏସଡିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦରକାର।

Share