ଉପଯୁକ୍ତ ଜୀବନସାଥୀ ଖୋଜିବାକୁ ଚାଇନାରେ ଚାଲିଲା ସ୍ବତନ୍ତ୍ର ଲଭ୍‌ ଟ୍ରେନ୍‌

ବେଜିଂ,୩୧।୮: ଚାଇନାରେ ଆମେ ଦୁଇ ଆମର ଏକ ନୀତି ଏବେ ଚାଇନା ବାସୀଙ୍କୁ ଅଡୁଆରେ ପକାଇଛି। କାରଣ ଏଠାରେ ଏବେ ଅନେକ ଯୁବତୀ ଯୁବକ ଅବିବାହିତ ରହି ଯାଉଛନ୍ତି। ଏଥିପାଇଁ ଏବେ ସେଠାରେ ପ୍ରଚଳିତ ହୋଇଛି ଲଭ୍‌ ଟ୍ରେନ୍‌। ଆଉ ଏହି ଟ୍ରେନ୍‌ରେ ଯାତ୍ରା କରିଛନ୍ତି ପ୍ରାୟ ୧ହଜାର ଅବିବାହିତ ଯୁବତୀ ଯୁବକ। ପ୍ରାୟ ୩ ବର୍ଷ ପୂର୍ବରୁ ଏହାର ଶୁଭାରମ୍ଭ କରାଯାଇଥିବା ବେଳେ ଚଳିତ ବର୍ଷ ଅଗଷ୍ଟ ୧୦ରେ ଏହାକୁ ପୁଣି ଥରେ ଦୁଇଦିନ ଦୁଇରାତି ପାଇଁ ଟ୍ରାକ୍‌ ଉପରେ ଦେଖିବାକୁ ମିଳିଛି। ତେବେ ଏହି ଟ୍ରେନ୍‌ରେ ଯାତ୍ରା କରି ୩ ବର୍ଷ ଭିତରେ ପାଖାପାଖି ୧୦ ଯୋଡା ଅବିବାହିତ ଯୁବତୀ ଯୁବକ ବିବାହ ବନ୍ଧନରେ ଆବନ୍ଧ ହୋଇଥିବା କୁହାଯାଏ।

Share