ଉପଯୁକ୍ତ ହିତାଧିକାରୀ ଚୟନ ଲାଗି ଭାଜପାର ଦାବି

ଭଦ୍ରକ ଅଫିସ,୧୩ା୫: ରାଶନକାର୍ଡ ଚୟନରେ ଉପଯୁକ୍ତ ହିତାଧିକାରୀଙ୍କୁ ତାଲିକାଭୁକ୍ତ କରାଯିବା ଲାଗି ଭାଜପା ଦାବି କରିଛି। ଏଥିରୁ ଜିଲା ପ୍ରଶାସନ ଦୂରେଇ ଗଲେ ଭାଜପା ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବ ବୋଲି ବୁଧବାର ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି। ଭାଜପା ଜିଲା ସଭାପତି ହେମନ୍ତ କୁମାର ପାଢ଼ୀ, ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ବିଷ୍ଣୁ ସେଠୀ, ଡ. ପ୍ରଦୀପ ନାୟକ, ଅଭିମନ୍ୟୁ ସେଠୀ, ବଦ୍ରି ଧଳ ସମେତ ବହୁ ଭାଜପା ନେତା ଉପସ୍ଥିତ ଥିଲେ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ଜିଲାରେ ହେର୍‌ଫେର କରାଯାଇ ଦଳୀୟ କର୍ମକର୍ତ୍ତାଙ୍କୁ ପ୍ରଦାନ କରାଯାଉଥିବା ଅଭିଯୋଗ କରିଛନ୍ତି।