କେନ୍ଦୁଝର,୭।୧୦(ଡି.ଏନ୍.ଏ.): କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜ ଅଧୀନ ଉପରସୁମଠ ଜଙ୍ଗଲରେ ଅସୁସ୍ଥ ଥିବା ମାଈହାତୀର ସୋମବାର ମୃତ୍ୟୁ ଘଟିଛି।
ପ୍ରକାଶ ଯେ, ୩୦ ବର୍ଷ ବୟସ୍କା ଉକ୍ତ ମାଈହାତୀ ୧୦ ଦିନ ହେବ ଅସୁସ୍ଥ ଥିଲା। ପ୍ରାଣୀ ଚିକିତ୍ସକ ବନ୍ଦିତା ମିଶ୍ରଙ୍କ ନେତୃତ୍ୱରେ ଶିମିଳିପାଳରୁ ଏକ ତିନିଜଣିଆ ଡାକ୍ତରୀ ଦଳ ଉକ୍ତ ହାତୀର ଚିକିତ୍ସା କରୁଥିଲେ।