ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ୧୩ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ,୨।୬: ରାଜଧାନୀ ଦିଲ୍ଲୀର ଉପରାଜ୍ୟପାଳ ଅନିଲ ବୈଜଲଙ୍କ କାର୍ଯ୍ୟାଳୟରେ କରୋନା ତା’ର ଉପସ୍ଥିତି ଜାହିର କରିଛି। ଏଠାରେ ଏକାଥରକେ ୧୩ ଜଣ କରୋନାରେ ପୀଡ଼ିତ ଥିବା ମଙ୍ଗଳବାର ସକାଳେ ଜଣାପଡିବା ପରେ ସରକାରଙ୍କ ଚିନ୍ତା ବଢି ଯାଇଛି। ଦେଶରେ ଅନ୍‌ଲକ ୧.୦ ଲାଗୁ ହେଇଯାଇଥିବା ବେଳେ ଏବେ ପର୍ଯ୍ୟନ୍ତ କିନ୍ତୁ ଦିଲ୍ଲୀ ସମେତ ଅନେକ ରାଜ୍ୟରେ କରୋନା ତା’ର କାୟା ବିସ୍ତାର କରି ଚାଲିଛି। ସୂଚନାଯୋଗ୍ୟ, ଦିଲ୍ଲୀରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ଅତିକ୍ରମ କରି ସାରିଲାଣି।

Share