ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ କାର୍ଯ୍ୟାଳୟରେ ଆକ୍ରମଣ:୨୦ ମୃତ

କାବୁଲ୍‌,୩୦ା୭(ପି.ଟି.)-ଆଫଗାନିସ୍ତାନର ରାଜଧାନୀ କାବୁଲରେ ଥିବା ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ଗ୍ରୀନଟ୍ରେଣ୍ଡ କାର୍ଯ୍ୟାଳୟ ଉପରେ ରବିବାର ଆକ୍ରମଣ ହୋଇଛି। ଏଥିରେ ୨୦ ନିହତ ହେବା ସହ ୫୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। କେତେକ ଅଜ୍ଞାତ ବନ୍ଧୁକଧାରୀ କାର୍ଯ୍ୟାଳୟ ଭିତରେ ପଶି ୬ ଘଣ୍ଟାକାଳ ଆତଙ୍କ ସୃଷ୍ଟି କରିଥିଲେ। ସୁରକ୍ଷାକର୍ମୀଙ୍କ ସହ ସେମାନଙ୍କର ମୁହାଁମୁହିଁ ହୋଇଥିଲା। ଉପରାଷ୍ଟ୍ରପତି ପ୍ରାର୍ଥୀ ତଥା ଗୋଇନ୍ଦା ବିଭାଗର ପୂର୍ବତନ ମୁଖ୍ୟ ଅମ୍‌ରୁଲ୍ଲା ସଲେହଙ୍କୁ ସେମାନେ ଟାର୍ଗେଟ କରିଥିଲେ। ହେଲେ ଅମ୍‌ରୁଲ୍ଲା ଓ ୮୫ ଜଣ ଲୋକ ସେଠାରୁ ପଳାଇବାରେ ସମର୍ଥ ହୋଇଥିଲେ। ଅଜ୍ଞାତ ବନ୍ଧୁକଧାରୀମାନେ ସୁରକ୍ଷାକର୍ମୀଙ୍କ ଦ୍ୱାରା ନିହତ ହୋଇଥିବାବେଳେ ସେମାନଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରି ନ ଥିବା ସ୍ବରାଷ୍ଟ୍ରମନ୍ତ୍ରଣାଳୟର ମୁଖପାତ୍ର ନସ୍‌ରତ୍‌ ରହିମି ପ୍ରକାଶ କରିଛନ୍ତି।

Share