ମାମଲ୍ଲାପୁରମ୍,୧୨।୧୦: ଭାରତ-ଚାଇନା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପହାର କୂଟନୀତିର ସାହାରା ନେଇଛନ୍ତି। ସେ ଚାଇନା ରାଷ୍ଟ୍ରପତି ଜି ଜିନ୍ପିଙ୍ଗ୍ଙ୍କୁ ତାଙ୍କର ଫଟୋଥିବା ଏକ ସିଲ୍କ କପଡ଼ା ଉପହାର ଦେଇଛନ୍ତି। ଦୁଇ ନେତା ସ୍ଥାନୀୟ ତାଜ୍ ଫିଶରମ୍ୟାନ୍ କୋଭ୍ ହୋଟେଲରେ ଏକ ଭାରତୀୟ କଳାକୃତ୍ତୀ ପ୍ରଦର୍ଶନୀ ବୁଲି ଦେଖିବା ଅବସରରେ ମୋଦି ଏହି ଉପହାର ଦେଇଛନ୍ତି।