ଉପହାସ କରୁଛେ ସରକାରୀ ଯୋଜନା:ଆବାସ ଯୋଜନାରୁ ବଁଚିତ୍‌ ବୁରୁଧ୍‌ କନ୍ଦର୍ପ

କେସିଙ୍ଗା, ୩।୭ (ଡି.ଏନ୍‌.ଏ.): କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ଦୁଖି, ଭୂମିହୀନ, ବାସହୀନମାନକର ଲାଗି ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ କେନ୍‌ଠାନେ ଭୂମିହୀନ ଘରଡିହ ପାଉଛେ ତ ଘର ନାଇଁ, ଆର କିଏ ଘର ପାଏଲେ କିସ୍‌ତି ଟଁକା ପାଏବାର ଲାଗି ଅଫିସ ନରଦି ନରଦି ନିହାଲ ହେଉଛେ। ସେନ୍‌ତା ଅନେକ ଗରିବ୍‌ ଦୁଖି ସରକାରୀ ସର୍ଭେରେ ଭୁଲଭଟକା ଲାଗି ତାଲିକାରୁ ବାଦ୍‌ ପଡ଼ି ଯୋଜନାର ଲାଭ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଘଟନା ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ କନ୍ତେଶିର ପଁଚେତ୍‌ର ଗେଠିପଡ଼ା ଗଁାରେ।
ସୂଚନା ଅନ୍‌ସାରେ ଗେଠିପଡ଼ାର ବାସିନ୍‌ଦା ହେଉଛନ୍‌ କନ୍ଦର୍ପ ମାଝି(୬୫)। ପରିବାର କହେଲେ ମାଏକିନା ଗୁରୁବାରୀ (୬୨) ଆର ଗୁଟେବଲି ଝି’। ଝି’କେ ଅନେକ ଦିନୁ ବିହାଚୁରା କରିଦେଇ ବୁଢ଼ାବୁଢ଼ି ଗୁଟେ ମାଏଟ୍‌ କୁରିଆରେ ରହିଆସୁଛନ୍‌। ସେ ୪୦ ବଛରରୁ ଅଧ୍‌କା ହେଲା ଇ ପଡ଼ାରେ ରହିଆସୁଥିଲାବେଲେ ଅନେକ ଥର ଦରିଦିରିଆ ସୀମାରେଖା ତଲେ ଥିବାର ଲୁକ୍‌କର ସର୍ଭେ ହେଇଛେ। ହେଲେ ଦୁଖର କଥା କନ୍ଦର୍ପ ଝନେ ଭୂମିହୀନ ଗରିବ୍‌ ହେଇଥିଲେ ବି ସର୍ଭେ ବେଲେ କେହେନ୍‌ସି ସରକାରୀ ବାବୁର ନଜର ତାକର ଉପରେ ନାଇଁପଡ଼ି। ୨୦୦୦ ସାଲେ ସରକାରକଁର ତରଫୁ ତାହାକୁ ୪ ଡେସିମିଲ ଜାଗା ମିଲିଥିଲେ ବି ଏସ୍‌ଇସିସି ତାଲିକାରେ ନଁା ନାଇଁଥିବାର ଲାଗି ଆବାସ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ସରକାରନୁ ପାଇଥିବାର ୪ ଡେସିମିଲ ଜାଗାରେ ବୁଢ଼ାବୁଢ଼ି ମାଏଟ୍‌ କୁରିଆଟେ କରି ବଡ଼ା ଗୁଲଗୁଲା ହେଇ ଜୀବନ୍‌ ବିତଉଛନ୍‌। ଗଲା ବଛର ଧୁକାଗରେଲରେ ଘରଟା ଭାଂଗିରୁଜି ଗଲାରୁ ତାକର ଦୁଖ୍‌ ଗାଉନିଯାଉଛେ। ହେଲେ ଇ ବାବ୍‌ଦେ ସେ ଆଏଜ୍‌ତକ୍‌ ସରକାରୀ ସାହାଯ୍‌ ନାଇଁ ପାଇପାରି। ଏନ୍‌ତାଥି କନ୍ଦର୍ପ ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ପଁଚେତ୍‌କେ ଦଉଡି ଦଉଡି ନିରାଶ ହେଇଛନ୍‌। ସେ ଘର ଲାଗି ଅନେକ ଥର ଆବେଦନ ବି କରିଛନ୍‌, ହେଲେ ତାକର କଥା ଶୁନୁଛେ କିଏ। ଦୁଇ ବୁଢ଼ାବୁଢ଼ି ସରକାରୀ ସାହାଯ୍‌ କହେଲେ ମାସିକ ପାଉଥିବାର ୧୦ କେ.ଜି. ଚାଉଲ ଆର ଭତା ବାବ୍‌ଦେ ୧ ହଜାର ଟଁକା। ଏତ୍‌କିରେ ଦୁଇଝନ୍‌ ମାସେ ଚଲବାର ସମ୍‌ଭବ ନୁହେ, ସେଥିରଲାଗି ବୁଢ଼ାବୁଢ଼ି କାଲେ ବି ଦୁଇ ମାଏଝିମୁନୁଷ ପରହର କାମବୁତା କରି ପେଟ ପାଲୁଛନ୍‌। ଇ ବାବ୍‌ଦେ କନ୍ତେଶିର ପଁଚେତ୍‌ର ପିଇଓକୁଁ ପଚରାଲାରୁ କିଛି ନାଇଁ ହେଇ, କାଣା ହେଇଛେ, ମୁଇଁ ତ କିଛି ନାଇଁ ଜାନି ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ଥାନୀୟ ସରପଁଚ୍‌ ଜିତେନ୍ଦ୍ର ବ୍ରହ୍ମାକୁଁ ପଚରାଲାରୁ ଏସ୍‌ଇସିସି ତାଲିକାରେ ତାକର ନଁା ନଁାଇଁନ, ସେଥିରଲାଗି ସେ ଘର ନାଇଁ ପାଏବାର ବଲି କହିଥିଲେ।