Categories: ବାଣିଜ୍ୟ

ଉପାନ୍ତ ଅଞ୍ଚଳରେ ପେଟ୍ରୋଲ ପମ୍ପ ସ୍ଥାପନକୁ ଗୁରୁତ୍ୱ

ନୂଆଦିଲ୍ଲୀ,୨୭-୧୧: ସରକାର ଇତି ମଧ୍ୟରେ ପଟ୍ରୋଲ ପମ୍ପ ସ୍ଥାପନ ଲାଗି ନୂଆ ନୀତି ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରିଛନ୍ତି। ଏହା ଅନୁସାରେ କୌଣସି ନୂଆ କମ୍ପାନୀ ଦେଶର ଇନ୍ଧନର ଖୁଚୁରା କାରବାରରେ ପ୍ରବେଶ କରିବାକୁ ହେଲେ ଅନ୍ତତଃ ପକ୍ଷେ ୧୦୦ ପେଟ୍ରୋଲ ପମ୍ପ ଦେଶ ମଧ୍ୟରେ ସ୍ଥାପନ କରିବାକୁ ହେବ। ଉପାନ୍ତ ଅଞ୍ଚଳରେ ପେଟ୍ରୋଲ ପମ୍ପ ସ୍ଥାପନକୁ ଧ୍ୟାନରେ ରଖି ନିୟମରେ ଗୁରୁତ୍ୱ ଦିଆଯାଇଛି। ଏହି କ୍ରମରେ ନୂଆ କମ୍ପାନୀ ସ୍ଥାପନା କରୁଥିବା ମୋଟ ୧୦୦ ପେଟ୍ରୋଲ ପମ୍ପ ମଧ୍ୟରୁ ୫% କେବଳ ଗ୍ରାମାଞ୍ଚଳରେ ସ୍ଥାପନ କରିବେ। ଗତ ମାସରେ ସରକାର ଏ କ୍ଷେତ୍ରରେ ରହିଥିବା ନିୟମକୁ କୋହଳ କରିଥିଲେ। ତୈଳ ବ୍ୟବସାୟ କ୍ଷେତ୍ରରେ ନ ଥିବା କମ୍ପାନୀଗୁଡିକୁ ଏହି କ୍ଷେତ୍ରରେ ପ୍ରବେଶ ଲାଗି ସରକାର ସୁଯୋଗ ସୃଷ୍ଟି କରିଥିଲେ। ଏହା ଦ୍ୱାରା ବିଶ୍ୱର ପ୍ରମୁଖ କମ୍ପାନୀଗୁଡିକ ଭାରତ ବଜାର ପ୍ରତି ଆକୃଷ୍ଟ ହେବେ ବୋଲି ଆଶା କରାଯାଉଛି।

Share