ଭୁବନେଶ୍ୱର,୬।୬(ବ୍ୟୁରୋ): ଶେଷ ହୋଇଛି ଲୋକ ସଭା ନିର୍ବାଚନ। ଏବେ ମନ୍ତ୍ରିମଣ୍ଡଳ ଓ ପଦକୁ ନେଇ ଚାଲିଛି ଟଣାଓଟରା। କେନ୍ଦ୍ରରେ ମୋଦି ସରକାରଙ୍କ ନୂତନ ମନ୍ତ୍ରିମଣ୍ଡଳ ଗଠନ ପରେ ବାଚସ୍ପତି ଏବଂ ଉପବାଚସ୍ପତି କିଏ ହେବେ ସେ ନେଇ କସରତ ଚାଲିଛି। ତେବେ ବିଜେଡି ଏମ୍ପି ଭର୍ତ୍ତୃହରି ମହତାବଙ୍କୁ ଉପବାଚସ୍ପତି ପଦ ମିଳିବାକୁ ନେଇ ଚର୍ଚ୍ଚା ହେଉଥିଲା। ଏବେ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି ଶିବସେନା ମୁଖପାତ୍ର ସଞ୍ଜୟ ରାଉତ।
ସଞ୍ଜୟ କହିଛନ୍ତି, ଏନ୍ଡିଏର ଆମେ ଦ୍ୱିତୀୟ ବୃହତ୍ତମ ଅଂଶୀଦାର ଦଳ। ଆମକୁ, ନଚେତ୍ କୌଣସି ଅଂଶୀଦାରଙ୍କୁ ଏହି ପଦବୀ ମିଳିବା କଥା। ଏବେ ଏହି ପଦ ବିଜେଡିକୁ ମିଳିବ ବୋଲି ଚର୍ଚ୍ଚା ହେଉଛି। ଏହା କିଭଳି ହେବ। ବିଜେଡି ଭାଜପା ବିରୋଧରେ ଯାଇଛି।
ଓଡ଼ିଶାରେ ଭାଜପା ବିରୋଧରେ ବିଜେଡି ଲଢ଼ିଥିଲା ବୋଲି ସେ କହିଛନ୍ତି।