Categories: ଜାତୀୟ

ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଜିତ୍‌

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ଲାଗିଛି ଶକ୍ତ ଧକ୍କା। ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ୍‌ ପାଓ୍ବାର ମଙ୍ଗଳବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସକାଳୁ ସୁପ୍ରିମକୋର୍ଟଙ୍କ ରାୟ ପରେ ଏହାହିଁ ଆଲୋଚନା ହେଉଥିଲା। କାରଣ ଏହାପରେ ସେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କ ଘରକୁ ଯାଇଥିଲେ। ହେଲେ ଇତିମଧ୍ୟରେ କୁଆଡେ ଏନ୍‌ସିପି ନେତା ଛଗନ ଭୂଜବଳ ଓ ପ୍ରଫୁଲ୍ଲ ପଟେଳ ତାଙ୍କୁ ସାକ୍ଷାତ୍‌ କରିଥିଲେ। ପୁଣିଥରେ ଦଳକୁ ଫେରିବାକୁ ନେଇ ସେ ଶୀଘ୍ର ଚିନ୍ତା କରିବେ ବୋଲି ଗଣମାଧ୍ୟମକୁ କହିଥିଲେ। ତେଣୁ ବୁଧବାର ସନ୍ଧ୍ୟା ୫ଟାରେ ଭାଜପା ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ଥିବା ବେଳେ ଅଜିତ୍‌ ଇସ୍ତଫା ଦେବା ଏବେ ଭାଜପା ପାଇଁ ଶକ୍ତ ଧକ୍କା ବୋଲି କୁହାଯାଉଛି।

Share