ଉବ୍ଦିଦ ବିଜ୍ଞାନ ସମ୍ମାନରେ ପ୍ରୀତିସୁଧା ଟପ୍ପର

ରୂପ୍‌ସା, ୧୩।୬(ଡି.ଏନ.ଏ.)-ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଉବ୍ଦିଦ ବିଜ୍ଞାନ ସମ୍ମାନରେ ଚଳିତବର୍ଷ ଛାତ୍ରୀ ପ୍ରୀତିସୁଧା ମହାପାତ୍ର ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି ା ବାଲେଶ୍ୱର ଜିଲା ରୂପ୍‌ସା ଥାନା ରାଉତପଡା ପଞ୍ଚାୟତ ଅନ୍ତର୍ଗତ ବାରହାପାଳ ଗ୍ରାମର ବାପା ଯୋଗେଶ୍ୱର ମହାପାତ୍ର ଓ ମା’ ବୃନ୍ଦାବତୀ ମହାପାତ୍ରଙ୍କ କନ୍ୟା ପ୍ରୀତିସୁଧା। ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଭୂପାଳ ଚନ୍ଦ୍ର ମହାପାତ୍ରଙ୍କର ସେ ନାତୁଣୀ। ପରୀକ୍ଷାରେ କୃତୀତ୍ୱ ଅର୍ଜନ ପାଇଁ ସେ ଦିନକୁ ୫ରୁ ୬ଘଣ୍ଟା ପରିଶ୍ରମ କରୁଥିଲେ ା ସେ ଏହି ସଫଳତା ପାଇଁ ଅଧ୍ୟାପିକା, ଅଧ୍ୟାପକ ଓ ମା’ ବାପାଙ୍କୁ ଶ୍ରେୟ ଦେଇଛନ୍ତି ା ଭବିଷ୍ୟତରେ ପ୍ରୀତିସୁଧା ଜଣେ ଆଇଏଏସ୍‌ ଅଫିସର ହୋଇ ଜନସାଧାରଣଙ୍କର ସେବା କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି। ବାପା ଯୋଗେଶ୍ୱର ଜଣେ ବ୍ୟାଙ୍କ ଅଫିସର ଓ ମା’ ବୃନ୍ଦାବତୀ ଜଣେ ଗୃହିଣୀ। ମା’ବାପା ଓ ଜେଜେବାପାଙ୍କ ଆଦର୍ଶ ଓ ପ୍ରେରଣା ତାଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାରେ ସହାୟକ ହେବ ବୋଲି ପ୍ରୀତିସୁଧା ଆଶ ରଖିଛନ୍ତି ା

Share