‘ଉମଙ୍ଗ’ରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର

ଭୁବନେଶ୍ୱର,୨୫।୫(ବ୍ୟୁରୋ): ମୋବାଇଲ୍‌ ଆପ୍‌ ମାଧ୍ୟମରେ ମିଳିବ ପାଣିପାଗର ଆଗୁଆ ସୂଚନା। ଏଣିକି ଘରେ ବସି ଜାଣିହେବ ପାଣିପାଗର ଟିକିନିଖି ସୂଚନା। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ୨୦୧୭ରେ ପ୍ରସ୍ତୁତ ହୋଇଥିବା ଉମଙ୍ଗ ଆପ୍‌ରେ ଏବେ ଭୁବନେଶ୍ୱର ପାଣିପାଗ କେନ୍ଦ୍ରକୁ ଯୋଡ଼ାଯାଇଛି। ନିଜ ଅଞ୍ଚଳର ବର୍ଷା ପବନ ସହ ତାପମାତ୍ରା ଏବଂ ଆଦ୍ରତା ସମ୍ପର୍କରେ ଏହି ଆପ୍‌ରୁ ଅତି ସହଜରେ ତଥ୍ୟ ମିଳିପାରିବ। ଏଥିରେ ପ୍ରାୟ ୧୫୦ଟି ଦେଶର ପାଣିପାଗ ସୂଚନା ଉପଲବ୍ଧ ରହିଥିବାବେଳେ ଯେକୌଣସି ମୁହୁର୍ତ୍ତରେ ସବୁ ସ୍ଥାନର ପାଣିପାଗ ସୂଚନା ଏଥିରୁ ମିଳିପାରିବ। ସେହିଭଳି ଦିନକୁ ୮ଥର ପାଣିପାଗ କେନ୍ଦ୍ର ପକ୍ଷରୁ ଉମଙ୍ଗରେ ପାଣିପାଗ ସୂଚନା ଅପ୍‌ଡେଟ୍‌ କରାଯିବ। ୪୫୦ଟି ସହରର ସୂଚନା ଦିନକରେ ୨୫ଥର ପାଇବା ସହ ଆଗାମୀ ୭ ଦିନର ପାଣିପାଗ ଅପଡେଟ୍‌ ଏହି ଆପ୍‌ରେ ଉପଲବ୍ଧ ହେବ।

Share