Advertisement

‘ଉମରାଓ ଜାନ’ ଫିଲ୍ମର ଗୀତରେ ଝୁମିଲେ ଜାହ୍ନବୀ

ମୁମ୍ବାଇ: କରୋନା ଭାଇରସକୁ ନେଇ ସାରା ଦେଶରେ ୨୧ ଦିନିଆ ଲକଡାଉନ୍‌ ଚାଲିଥିବା ବେଳେ ବଲିଉଡ୍‌ ସେଲିବ୍ରିଟିମାନେ ଏବେ ନିଜ ନିଜ ଘରେ ବନ୍ଦ ହୋଇ ରହିଛନ୍ତି। ହେଲେ ଏହି ସମୟରେ ଏମାନେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ଅଛନ୍ତି। ପ୍ରତିଦିନ ଏମାନେ କିଛି ନା କିଛି ଭିଡିଓ ଶେୟାର କରି ପ୍ରଶଂସକଙ୍କ ଆହୁରି ନିକଟତର ହେଉଛନ୍ତି। ନିକଟରେ ବଲିଉଡ୍‌ ଷ୍ଟାରକିଡ୍‌ ଜାହ୍ନବୀ କପୁର ମଧ୍ୟ ଏମିତି ଏକ ଭିଡିଓ ଶେୟାର କରିଛନ୍ତି ଯାହା ତାଙ୍କ ପ୍ରଶଂସକଙ୍କୁ ଖୁବ୍‌ ପସନ୍ଦ ଆସିଛି। ଉକ୍ତ ଭିଡିଓରେ ସେ ‘ଉମରାଓ ଜାନ’ ଫିଲ୍ମର ଗୀତ ‘ସଲାମ’ରେ କ୍ଲାସିକାଲ ଡ୍ୟାନ୍ସ ପ୍ରାକ୍ଟିସ କରୁଥିବା ଦେଖାଯାଇଛି। ଏହି ଭିଡିଓର କ୍ୟାପଶନରେ ସେ ଲେଖିଛନ୍ତି ଲକ୍‌ଡାଉନରେ କ୍ଲାସ ମିସ୍‌ କରୁଛି ସତ ହେଲେ କେବେବି କେଉଁଠିବି କ୍ଲାସ କରିହେବ। ଜାହ୍ନବୀଙ୍କର ଏହି ଭିଡିଓକୁ ଦର୍ଶକେ ବେଶ୍‌ ପସନ୍ଦ କରିଛନ୍ତି। ଡ୍ୟାନ୍ସରେ ରୁଚି ରଖୁଥିବା ଜାହ୍ନବୀ ଏଥର ପୁଣି ଥରେ ଦର୍ଶକଙ୍କୁ ମା’ ଶ୍ରୀଦେବୀଙ୍କ ଅସଲ ଝିଅ ବୋଲି ମନେପକାଇ ଦେଇଛନ୍ତି।

Share