‘ଉମରାହ’ ଉପରେ ସାମୟିକ କଟକଣା ଜାରି କଲା ସୌଦି

ରିୟାଧ,୨୭।୨: କରୋନା ସଂକ୍ରମଣ ଯୋଗୁ ସୌଦି ଏଠାକୁ ‘ଉମରାହ’ ପାଇଁ ଆସୁଥିବା ମୁସଲମାନ୍‌ ଶ୍ରଦ୍ଧାଳୁଙ୍କ ଉପରେ ସାମୟିକ କଟକଣା ଜାରି କରିଛି। ସ୍ଥିତିରେ ସୁଧାର ନ ହେବା ପର୍ଯ୍ୟନ୍ତ ବାହାର ଦେଶର ମୁସଲମାନ୍‌ ଶ୍ରଦ୍ଧାଳୁଙ୍କୁ ମକ୍କା, ମଦିନା ସମେତ ଅନ୍ୟ ତୀର୍ଥସ୍ଥଳରେ ‘ଉମରାହ’ ଲାଗି ବାରଣ କରାଯାଇଛି। ସୋଦି ପକ୍ଷରୁ ଭିଜା ବ୍ୟବସ୍ଥାକୁ କିଛି ଦିନ ଲାଗି ବନ୍ଦ କରାଯାଇଥିବା ସୂଚନା ଦିଆଯାଇଛି। ତେବେ ବାହାର ଦେଶରେ ଥିବା ସୌଦି ନାଗରିକ ସ୍ବଦେଶକୁ ଫେରି ପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

Share