ବାରାଣସୀ, ୨୮।୬: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କ ପୂର୍ବତନ ସ୍ତ୍ରୀ ପାୟଲ ନାଥ କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ କରିଛନ୍ତି। ପୁଅ ଜାହିର ଅବଦୁଲ୍ଲା ଏବଂ ଜାମିରଙ୍କ ସହ ସେ କାଳଭୈରବ ଏବଂ ଅନ୍ନପୂର୍ଣ୍ଣା ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ନିଜକୁ ଜଣେ ବଡ ଶିବଙ୍କ ଭକ୍ତ ବୋଲି କହିଛନ୍ତି ପାୟଲ। ତାଙ୍କ ଦୁଇ ପୁଅ ମଧ୍ୟ ମନ୍ଦିର ଦର୍ଶନ କରି ଆଧ୍ୟାତ୍ମିକ ବାତାବରଣରେ ମଜ୍ଜି ଯାଇଥିଲେ। ସେ କାଶୀରେ ୫-୬ଦିନ ରହି ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି। ଆଗକୁ ଦେଶର ବିଭିନ୍ନ ଯାଗାରେ ଥିବା ଶୈବ ପୀଠ ଦର୍ଶନ କରିବାର ଯୋଜନା ଅଛି ବୋଲି ପାୟଲ କହିଛନ୍ତି।