Categories: ଜାତୀୟ

ଉମା ଭାରତୀଙ୍କୁ ଭେଟି ଭାବୁକ ହେଲେ ସାଧ୍ୱୀପ୍ରଜ୍ଞା

ଭୋପାଳ,୨୯।୪: ଲୋକ ସଭା ନିର୍ବାଚନକୁ ନେଇ ମଧ୍ୟ ପ୍ରଦେଶର ଭୋପାଳ ଆସନରେ ଏକ ରୋମାଞ୍ଚକର ଲଢେଇ ଦେଖିବାକୁ ମିଳିଛି। ଏଠାରେ ଭାଜପା ଟିକେଟରୁ ସାଧ୍ୱୀ ପ୍ରଜ୍ଞା ଠାକୁର ମଇଦାନକୁ ଓହ୍ଲାଇଛନ୍ତି। ନିକଟରେ ପ୍ରଚାର ଅଭିଯାନ ସମୟରେ ହଠାତ୍‌ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ଓ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ ମଧ୍ୟରେ ସାକ୍ଷାତ୍‌ ହୋଇଯାଇଥିଲା। ଏହି ସମୟରେ ପ୍ରଜ୍ଞା ଭାବୁକ ହୋଇ ଆଖିରୁ ଲୁହ ଝରାଇ ଥିବା ବେଳେ ଉମା ମଧ୍ୟ ପ୍ରଜ୍ଞାଙ୍କୁ କିଛି ସମୟ ଲାଗି ଆଲିଙ୍ଗନ କରିଥିଲେ। ଏ ସମ୍ପର୍କରେ ପଚରା ଯିବାରୁ ଏହା ତାଙ୍କର ବ୍ୟକ୍ତିଗତ ସମ୍ପର୍କ ବୋଲି କହିଥିଲେ ଉମା। ସୂଚନାଯୋଗ୍ୟ, ନାସିକ ଜେଲ୍‌ରେ ଥିବା ସମୟରେ ପ୍ରଜ୍ଞାଙ୍କୁ ଦେଖା କରିବାକୁ ଯାଇଥିଲେ ଉମା।

Share