Categories: ଖେଳ

ଉମେଶ ମେମୋରିଆଲ୍‌ ଚେସ୍‌:ରାଜେନ୍ଦ୍ର ଚାମ୍ପିୟନ, ରାଜେଶ ରନର୍ସଅପ୍‌

ଭୁବନେଶ୍ୱର, ୩୦।୭ (କ୍ରୀଡ଼ା ପ୍ରତିନିଧି)-
ଚେସ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଉମେଶ ଚନ୍ଦ୍ର ମିଶ୍ର ମେମୋରିଆଲ୍‌ ଚେସ୍‌ ଟୁର୍ନାମେଣ୍ଟ ସୋମବାର ଉଦ୍‌ଯାପିତ ହୋଇଛି। ଏଥିରେ ରାଜେନ୍ଦ୍ର କୁମାର ସାହୁ ୭ ପଏଣ୍ଟ ସହ ଚାମ୍ପିୟନ ହୋଇଥିବାବେଳେ ରାଜେଶ ନାୟକ ଓ ସୌମ୍ୟରଞ୍ଜନ ମିଶ୍ର ୬.୫ ପଏଣ୍ଟ ଲେଖାଏ ପାଇ ଯଥାକ୍ରମେ ରନର୍ସଅପ୍‌ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଂଶୁମାନ ସାମଲ, ସଞ୍ଜୀବନ ନାୟକ, ବୀରକିଶୋର ବେହେରା, କମଳଲୋଚନ ପାଢ଼ୀ, ଦାଶରଥୀ ସାହୁ, ଲରେନ୍ସ ପ୍ରଧାନ ଓ ପ୍ରୟାଂଶ ଦାସ ଟପ୍‌-୧୦ ଫିନିଶ୍‌ କରିଛନ୍ତି। ପ୍ରଦର୍ଶନ ଭିତ୍ତିରେ ଶ୍ରେଷ୍ଠ ୨୫ ପ୍ରତିଯୋଗୀଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇ ଥିବାବେଳେ ୧୦, ୧୨, ୧୪ ଓ ୧୬ ବର୍ଷରୁ କମ୍‌ ବୟସ ବର୍ଗର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଟ୍ରଫି ଦିଆଯାଇ ସମ୍ମାନିତ କରାଯାଇଥିଲା। ଏହା ବ୍ୟତୀତ ମହିଳା ଓ ଭେଟେରାନ ବର୍ଗରେ ଶ୍ରେଷ୍ଠ ୩ ଜଣ ଲେଖାଏ ପ୍ରତିଯୋଗୀଙ୍କୁ ସ୍ବତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ଗାୟିକା ଶୈଳବାଳା ମହାପାତ୍ର, ସମ୍ଭାବନାର ସମ୍ପାଦକ ଦେବପ୍ରିୟ, ଆୟୋଜକ ଚେସ୍‌ ଆସୋସିଏଶନ ଅଫ୍‌ ଓଡ଼ିଶାର ସମ୍ପାଦକ ସବିତା ତ୍ରିପାଠୀ, ଉମେଶ ଚନ୍ଦ୍ର ମେମୋରିଆଲର ସଭାପତି ତରୁଣ ଶଙ୍କର ତ୍ରିପାଠୀ ପ୍ରମୁଖ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।

Share