Categories: ଜାତୀୟ

ଉରି ସର୍ଜିକାଲ ଷ୍ଟ୍ରାଇକ୍‌କୁ ପୂରିଲା ୩ ବର୍ଷ

ନୂଆଦିଲ୍ଲୀ,୨୮।୯: ସୀମାରେ ପାକିସ୍ତାନର ଅଘୋଷିତ ଯୁଦ୍ଧ ବିରୋଧରେ ଭାରତୀୟ ସେନା ୨୦୧୬ ସେପ୍ଟେମ୍ବର ୨୮-୨୯ ତାରିଖ ରାତିରେ ଆରମ୍ଭ କରିଥିଲେ ସର୍ଜିକାଲ ଷ୍ଟ୍ରାଇକ୍‌। ଭାରତରେ ଅନୁପ୍ରବେଶ ଯୋଜନା କରୁଥିବା ଆତଙ୍କବାଦୀଙ୍କୁ ଉରିଠାରେ ଭାରତୀୟ ସେନା ନିପାତ କରିଥିଲେ। ଇତି ମଧ୍ୟରେ ଏହାକୁ ୩ ବର୍ଷ ପୂରଣ ହୋଇଛି। ଏହି ଉପଲକ୍ଷେ ଦେଶର ବିଭିନ୍ନ ସ୍ଥାନରେ ପରାକ୍ରମ ପର୍ବରେ ଆୟୋଜନ କରାଯାଇଛି।

Share